www.samajalive.in
Saturday, December 6, 2025
26.1 C
Bhubaneswar

ବନ୍ଦ ଦିନରେ ବୁଲି ବାଘ ଦେଖିଲା ଯୁବକ, ବାରଣ କରିବାରୁ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

ନନ୍ଦନକାନନ : ପ୍ରାଣୀଉଦ୍ୟାନ ନନ୍ଦନକାନନ ଭିତରେ ପଶି ଦୁଇଜଣ ଯୁବକ ମାରଣାସ୍ତ୍ର ଧରି ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାର ପୁନରାବୃତ୍ତି ଘଟିଛି। ସୋମବାର ନନ୍ଦନକାନନ ବନ୍ଦ ରହିଥିଲା। ଏହି ସମୟରେ ଜଣେ ଯୁବକ ମୋଟର ସାଇକଲ ନେଇ ପରିସରକୁ ପ୍ରବେଶ କରି ବାଘ ଦେଖୁଥିଲା। ସେଠାରେ ଦାୟିତ୍ୱରେ ଥିବା ଜଣେ ଅସ୍ଥାୟୀ କର୍ମଚାରୀ ବିରୋଧ କରିବାରୁ ତାଙ୍କୁ ମାରଧର କରିଥିଲା। ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ସୋମବାର ନନ୍ଦନକାନନ ବନ୍ଦ ରହିଥିଲା। ସକାଳ ପ୍ରାୟ ୯ଟାରେ ରଘୁନାଥପୁର ଗାଁର ବପୁନି ଓରଫ ମାନସ ରଞ୍ଜନ ସାହୁ ମୋଟର ସାଇକଲ ନେଇ ନନ୍ଦନକାନନକୁ ପ୍ରବେଶ କରିଥିଲା। ବାଘ ଖୁଆଡ଼ ପାଖରେ ଗାଡ଼ି ରଖି ବାଘ ଦେଖୁଥିଲା। ଏହି ସମୟରେ ସେଠାରେ ନିୟୋଜିତ ଅସ୍ଥାୟୀ କର୍ମଚାରୀ ମଳୟ ରଞ୍ଜନ ନାୟକ ଦେଖି ବାପୁନିକୁ ଫେରିଯିିବାକୁ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବାପୁନି ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଭୟଭୀତ ହୋଇ ମଳୟ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ମୋବାଇଲ ବାହାର କରିବାରୁ ବାପୁନି ତାଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିଲା। ମଳୟଙ୍କ ପାଟିଶୁଣି କିଛି ଦୂରରେ ଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଅନ୍ୟ କର୍ମଚାରୀ ଆସି ଯିବାରୁ ବାପୁନି ସେଠାରୁ ପଳାଇଥିଲା। ସୁରକ୍ଷା ବିଭାଗର ଅଧିକାରୀ ଏ ବିଷୟରେ ନନ୍ଦନକାନନ ଥାନାକୁ ଜଣାଇଥିଲେ। ପରେ ସୁରକ୍ଷା ବିଭାଗର କର୍ମଚାରୀଙ୍କ ସହ ମଳୟ ନନ୍ଦନକାନନ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories