ଅତାବିରା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହରୀ ନାମଯଜ୍ଞ
ରେଙ୍ଗାଲି କ୍ୟାମ୍ପ: ଅତାବିରା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନ ଧରି ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି। ଏହି ନାମ ଯଜ୍ଞ ପାଇଁ ଗତ ଶୁକ୍ରବାର ଦିନ ଭବ୍ୟ ଶୋଭାଯାତ୍ରା ସହ ପାର୍ବତୀ ମନ୍ଦିର ପୋଖରୀରୁ ଶତାଧିକ ମହିଳା ଙ୍କ ଦ୍ଵାରା ପୂର୍ଣ୍ଣ କଳସ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ ପୂର୍ବକ କଳସ ଅଧିବାସ ହୋଇଥିଲା। ଅପରାହ୍ନ ୩ଟା ୪୫ ମିନିଟ ଗତେ ମହାମନ୍ତ୍ର ଜପ ଓ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଥିଲା। ଯତୀନ ପ୍ରଧାନ ଓ ପତ୍ନୀ ମିଳି ପ୍ରଧାନ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ଜୟ କୁନାର ଦାଶ, ରୋସନ୍ ଷଡ଼ଙ୍ଗୀ ଓ ସାଥୀ ପଣ୍ଡିତ ରୂପେ ବରଣ ହୋଇ ପୂଜା କାର୍ଯ୍ୟ ତୁଲାଇଥିଲେ।
Comments are closed.