www.samajalive.in
Sunday, December 7, 2025
26.1 C
Bhubaneswar

ପୋର୍ସେ କାର୍‌ ଦୁର୍ଘଟଣା ମାମଲା: ଅଭିଯୁକ୍ତର ମାଆ ଗିରଫ

ପୁଣେ : ମେ’ ୧୯ରେ ମହାରାଷ୍ଟ୍ରର ପୁଣେ ସହରରେ ଘଟିଥିବା ପୋର୍ସେ କାର୍‌ ଦୁର୍ଘଟଣା ମାମଲାରେ ପୁଲିସ ଶନିବାର ଅଭିଯୁକ୍ତ ନାବାଳକଙ୍କ ମାଆ ଶିବାନୀ ଅଗ୍ରୱାଲଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ରକ୍ତ ନମୁନା ରିପୋର୍ଟକୁ ବଦଳାଇ ମାଆଙ୍କ ରିପୋର୍ଟକୁ ସାମିଲ କରାଯାଇଥିଲା। ଫଳରେ ଅଭିଯୁକ୍ତ ଜଣକ ମଦ୍ୟପାନ କରି କାର୍‌ ଚଳାଉନଥିଲେ ବୋଲି ପୁଲିସ ପ୍ରମାଣ ଉପସ୍ଥାପନ କରିଥିଲା। ଶିବାନୀଙ୍କୁ ମିଶାଇ ଏ ଘଟଣାରେ ଅଗ୍ରୱାଲ ପରିବାରର ୪ ଜଣଙ୍କୁ ଗିରଫ କରାଯାଇଛି। ୧୭ ବର୍ଷୀୟ ଅଭିଯୁକ୍ତଙ୍କୁ ଜୁଭେନାଇଲ ହୋମ୍‌ରେ ରଖାଯାଇଥିବାବେଳେ ବାପା ବିଶାଲ ଅଗ୍ରୱାଲ, ଜେଜେବାପା ଓ ମାଆ ବର୍ତ୍ତମାନ ପୁଲିସ ହେପାଜତରେ ରହିଛନ୍ତି। ଏହି ଘଟଣାରେ ଦୋଷ ମୁଣ୍ଡାଇବାକୁ ବିଶାଲ ଓ ତାଙ୍କ ବାପା ଡ୍ରାଇଭରଙ୍କ ଉପରେ ଚାପ ପ୍ରୟୋଗ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ ୧୯ ତାରିଖ ରାତିରେ ଅଭିଯୁକ୍ତ ଜଣକ ସାଙ୍ଗମାନଙ୍କ ସହ ପବ୍‌ରେ ପ୍ରଚୁର ମଦ୍ୟପାନ କରି ରାତି ୨ଟାରେ ଦାମୀ ପୋର୍ସେ କାର୍‌କୁ ଦ୍ରୁତଗତିରେ ଚଳାଇବା ସହ ଗୋଟିଏ ବାଇକ୍‌କୁ ଧକ୍କା ଦେବାରୁ ସେଥିରେ ବସିଥିବା ଦୁଇ ଜଣ ସଫ୍ଟୱେୟାର ଇଞ୍ଜିନିୟର (ଜଣେ ଯୁବକ ଓ ଜଣେ ଯୁବତୀ) ପ୍ରାଣ ହରାଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories