www.samajalive.in
Saturday, December 13, 2025
18.1 C
Bhubaneswar

ବାଣ ବିସ୍ଫୋରଣ ଘଟଣା: ୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ୫ରେ ଏସଆରସିଙ୍କ ତଦନ୍ତ

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣାରେ ଶନିବାର ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଆଉ ୨୨ ଜଣ ଆହତ ବିଭିନ୍ନ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବାଣ ନିଆଁରେ ପୋଡ଼ି ଯାଇଥିବା କିଛି ଗୁରୁତର ଆହତଙ୍କୁ ଆଇସିୟୁରେ ରଖାଯାଇଛି। ୧୦୦% ଶରୀର ପୋଡି ଯାଇଥିବା ଦୁଇଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ସେମାନଙ୍କ ଡିଏନ୍ଏ ପରୀକ୍ଷା କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସ୍ବତନ୍ତ୍ର ରିଲିଫ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ୫ ତାରିଖରେ ପୁରୀ ଆସି ଘଟଣାର ତଦନ୍ତ କରିବେ। କାହା ଅବହେଳାରୁ ଏଭଳି ବିପର୍ଯ୍ୟୟ ଘଟିଲା ଏବଂ ଭବିଷ୍ୟତରେ କିପରି ଏଭଳି ଘଟଣାକୁ ରୋକାଯାଇ ପାରିବ ସେଥିନେଇ ବିଭିନ୍ନ ସଙ୍ଗଠନ ଏବଂ ଅଧିବାସୀଙ୍କଠାରୁ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ମତାମତ ସଂଗ୍ରହ କରିବେ। ଶ୍ରୀଜୀଉଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଚାଲିଥିବାବେଳେ ଭକ୍ତଙ୍କ ଗହଳି ଭିତରେ ବାଣ ଫୁଟାଇବା ପାଇଁ କିଏ ଅନୁମତି ଦେଇଥିଲା ସେଥିନେଇ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ତଦନ୍ତ କରିବେ। ଏହାଛଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କୁ ଉପଯୁକ୍ତ ଏବଂ ଜରୁରୀକାଳୀନ ଚିକିତ୍ସା ଯୋଗାଯାଇ ନପାରିବା ଘଟଣାର ତଦନ୍ତ କରାଯିବ। ବିଭାଗୀୟ ଅଧିକାରୀଙ୍କ ସମେତ ଆଗ୍ରହୀ ବ୍ୟକ୍ତିମାନେ ତଦନ୍ତ ସମୟରେ ଉପସ୍ଥିତ ରହି ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କୁ ବାଣ ବିସ୍ଫୋରଣ ଘଟଣା ବିଷୟରେ ତଥ୍ୟ ପ୍ରଦାନ କରିବାକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। ବାଣ ବିସ୍ଫୋରଣ ଘଟଣାରେ କୁମ୍ଭାରପଡ଼ା ଥାନା ଅଧିକାରୀ ଏବଂ ଚିକିତ୍ସାରେ ଗୁରୁତର ଅବହେଳା ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯଥାଶୀଘ୍ର ଚାକିରିରୁ ନିଲମ୍ବନ କରାଯିବାକୁ କେତେକ ସଂଗଠନ ଦାବି କରିଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆତସବାଜି ପ୍ରଦର୍ଶନ ପାଇଁ ଦୁଇଜଣ ବାଣୁଆଙ୍କୁ ନିୟୋଜିତ କରିଥିବା ଅଧିକାରୀ ଏବଂ ବ୍ୟକ୍ତିଙ୍କୁ ଗିରଫ କରାଯିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories