www.samajalive.in
Monday, December 15, 2025
27.1 C
Bhubaneswar

ମେ’ ମାସରେ ମୋଟ ଜିଏସଟି ରାଜସ୍ବ ଆଦାୟ ୧ ଲକ୍ଷ ୭୩ ହଜାର କୋଟି

ଡ଼େସ୍କ: ଚଳିତ ବର୍ଷ ମେ’ ମାସରେ ମୋଟ ସାମଗ୍ରୀ ଓ ସେବା କର (ଜିଏସ୍ ଟି) ରାଜସ୍ବ ଆଦାୟ ୧ ଲକ୍ଷ ୭୩ ହଜାର କୋଟି ଟଙ୍କା ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଏହା ବାର୍ଷିକ ୧୦ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି। ମେ’ ମାସରେ ମୋଟ ଆଦାୟ ମଧ୍ୟରୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ୩୨,୦୦୦ କୋଟି ଟଙ୍କା, ରାଜ୍ୟ ଜିଏସଟି ୪୦ ହଜାର କୋଟି ଟଙ୍କାରୁ ଅଧିକ, ସମନ୍ବିତ ଜିଏସଟି ୮୭,୭୮୧ କୋଟି ଟଙ୍କାରୁ ଅଧିକ ଏବଂ ସେସ୍ ୧୨ ହଜାର କୋଟି ଟଙ୍କାରୁ ଅଧିକ ରହିଛି। ମନ୍ତ୍ରଣାଳୟ କହିଛି ଯେ ଫେରସ୍ତ ହିସାବ କରିବା ପରେ ଗତ ମାସରେ ନିଟ୍ ଜିଏସଟି ରାଜସ୍ୱ ୧.୪୪ ଲକ୍ଷ କୋଟି ଟଙ୍କା ରହିଛି। ଏହା ଗତବର୍ଷ ସେହି ସମୟ ତୁଳନାରେ ୬.୯ ପ୍ରତିଶତ ଅଧିକ।

ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣନା

- Advertisement -

ମନ୍ତ୍ରଣାଳୟ କହିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ଜିଏସଟି ଆଦାୟ ହେଉଛି ୩ ଲକ୍ଷ ୮୩ ହଜାର କୋଟି ଟଙ୍କା। ଏହା ବାର୍ଷିକ ୧୧.୩ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି। ଘରୋଇ କାରବାରରେ ଦୃଢ଼ ଅଭିବୃଦ୍ଧି ଏବଂ ଆମଦାନୀରେ କମ୍ ଅଭିବୃଦ୍ଧି ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି।

ସମାଜର ଏକଜିଟପୋଲ୍‌: ଓଡ଼ିଶା ବିଧାନସଭାରେ ବିଜେଡି ଆଗରେ – ଲୋକସଭାରେ ବିଜେପି ଅଧିକ

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories