Patra electronics

ସମାଜର ଏକଜିଟପୋଲ୍‌: ଓଡ଼ିଶା ବିଧାନସଭାରେ ବିଜେଡି ଆଗରେ – ଲୋକସଭାରେ ବିଜେପି ଅଧିକ

ଭୁବନେଶ୍ୱର – ସାଧାରଣ ନିର୍ବାଚନ ୨୦୨୪ ଏବଂ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ ଶେଷ ହୋଇଛି । କେନ୍ଦ୍ରରେ ବିଜେପି ସରକାର ଗଠନର ସମ୍ଭାବନା ଅଧିକ ଥିବା ବେଳେ ରାଜ୍ୟରେ ବିଧାନସଭା ପାଇଁ ପୁଣି ନବୀନଙ୍କୁ ଲୋକ ପସନ୍ଦ କରିଥିବା ବିଭିନ୍ନ ଜନମତ ସର୍ବେକ୍ଷଣରୁ ସୂଚନା ମିଳିଛି ।

 

ସମାଜ ଖବର କାଗଜ ପକ୍ଷରୁ କରାଯାଇଥିବା ବୁଥ ବାହୁଡା ମତ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ବିଜେଡି ଅଧିକ ଆସନ ଦଖଲ କରୁଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି । ଅନେକ ଆସନରେ କଡା ମୁକାବିଲା ହେଉଛି । ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ଏହାର ସମ୍ପୂର୍ଣ୍ଣ ସୂଚନା ପାଇବା ପାଇଁ ଜୁନ୍‌ ୨ ତାରିଖର ସମାଜ ଖବର କାଗଜ ଦେଖନ୍ତୁ ।

 

ଘରୋଇ ଟିଭି ଚ୍ୟାନେଲ୍‌ ନନ୍ଦିଘୋଷର ସର୍ବେକ୍ଷଣ ଅନୁସାରେ ବିଧାନସଭା ନିର୍ବାଚନରେ ବିଜେଡି ୧୧୭ ଆସନ ଜିତୁଥିବା ବେଳେ ବିଜେପି୧୧ କଂଗ୍ରେସ ୦୩ ଏବଂ ୧୬ଟି ଆସନରେ ବିଜେପି – ବିଜେଡି ମଧ୍ୟରେ କଡ୍ଡା ଟକ୍କର ହେଉଛି ।

ଓଡ଼ିଶାର ୨୧ ଲୋକସଭା ଆସନର ଜନମତ ସର୍ବେକ୍ଷଣ ବିଭିନ୍ନ ଜାତୀୟ ସଂସ୍ଥା ଏବଂ ଗଣମାଧ୍ୟମ ପକ୍ଷରୁ ପ୍ରକାଶ କରାଯାଇଛି ।

ଇଣ୍ଡିଆ ଟିଭିର ଜନମତ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବିଜେପି ୧୫-୧୭, ବିଜେଡି ୪-୬, କଂଗ୍ରେସ ୦-୧ ଆସନ ଜିତିବାର ସମ୍ଭାବନା ରହିଛି ।

ଜନ କୀ ବାତ୍‌ ଜନମତ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବିଜେପି ୧୫-୧୮, ବିଜେଡି ୩-୭, କଂଗ୍ରେସ ୦ ଆସନରେ ବିଜୟ ଲାଭ କରିପାରେ ।

ଏନ୍‌ଡିଟିଭିର ଜନମତ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବିଜେପି ୧୫, ବିଜେଡି ୩-୮, କଂଗ୍ରେସ ୦ ଆସନ ମିଳିପାରେ ।

ମାଟରାଇଜ୍‌ ଜନମତ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବିଜେପି ୯-୧୨, ବିଜେଡି ୭-୧୦, କଂଗ୍ରେସ ୦-୨ ଆସନ ମିଳିପାରେ ।

ଚାଣକ୍ୟର ଜନମତ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବିଜେପି ୧୬, ବିଜେଡି ୪ , କଂଗ୍ରେସ ୦-୧ ଆସନରେ ବିଜୟର ସମ୍ଭାବନା ରିହଛି ।

ଏବିପି-ସି ଭୋଟର ଜନମତ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବିଜେପି ୧୭-୧୯, ବିଜେଡି ୩ କଂଗ୍ରେସ ୦-୧ ଆସନ ମିଳିପାରେ ।

ଇଣ୍ଡିଆ ନ୍ୟୁଜ ରିପୋର୍ଟ ଜନମତ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବିଜେପି ୧୩, ବିଜେଡି ୮ କଂଗ୍ରେସ ୦- ଆସନ ଜିତିପାରନ୍ତି ।

ନ୍ୟୁଜ ୨୪ର ଜନମତ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବିଜେପି ୧୬, ବିଜେଡି ୪ର ଆସନରେ ବିଜୟ ସମ୍ଭାବନା ରହିଛି ।

 

ସାରା ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏହାପରେ ବିଭିନ୍ନ ସଂସ୍ଥା ନିଜର ଜନମତ ସର୍ବେକ୍ଷଣ ପ୍ରକାଶ କରିଛନ୍ତି । ଏଥିରେ ସାରା ଦେଶରେ ଏନ୍‌ଡିଏ ଭଲ ପ୍ରଦର୍ଶନ କରୁଥିବା କୁହାଯାଉଛି । ଓଡ଼଼ିଶାରେ ଜୋରଦାର ଲଢେଇ ହୋଇଛି ।ବିଜେଡି ଏବଂ ବିଜେପି ମଧ୍ୟରେ କଡ୍ଡା ଟକ୍କର ହୋଇଛି । ତେବେ ବିଜେଡି ସରକାର ଗଠନ କରିପାରେ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ସିଟ୍‌ପୋଲ୍‌ରେ କୁହାଯାଇଛି ।

ପିଏମ୍‌ ଏଆର୍‌କ୍ୟୁର ସର୍ବେକ୍ଷଣ ଅନୁସାରେ କେନ୍ଦ୍ରରେ ମୋଦୀ ପୁଣି ସରକାର କରିବେ । ବିଜେପି ଏବଂ ଏନ୍‌ଡିଏ ୩୫୯ ଟି ଆସନ କଂଗ୍ରେସର ଇଣ୍ଡିଆ ମେଣ୍ଟ ୧୫୪ ଏବଂ ଅନ୍ୟମାନେ ୩୦ଟି ଆସନରେ ବିଜୟ ଲାଭ କରିବେ ବୋଲି ଏଥିରେ କୁହାଯାଇଛି।

ଜନ କୀ ବାତ୍‌ ଏକ୍ସିଟ ପୋଲ୍‌ ଅନୁସାରେ ବିଜେପି ଓ ଏହାର ସହଯୋଗୀ ୩୬୨ରୁ୩୯୨ କଂଗ୍ରେସ ୧୪୧ରୁ୧୬୧ ଅନ୍ୟ ୧୦ରୁ୨୦ଟି ଆସନରେ ବିଜୟ ଲାଭ କରିବେ ବୋଲି କୁହାଯାଇଛି ।

ମାଟରାଇଜ୍‌ର ଜନମତ ସର୍ବେକ୍ଷଣ ଅନୁସାରେ ବିଜେପିର ମେଣ୍ଟ ୩୫୩ରୁ୩୬୮ କଂଗ୍ରେସ ଏବଂ ଏହାର ସହଯୋଗୀ ୧୧୮ରୁ ୧୩୩ ଅନ୍ୟ ୪୩ରୁ ୪୮ ଆସନ ବୋଲି କୁହାଯାଇଛି ।

ଡି ଡାଇନାମିକ୍ସ ଅନୁସାରେ ବିଜେପି ଏହାର ସହଯୋଗୀ ୩୭୧ କଂଗ୍ରେସଂ ଏହାର ସହଯୋଗୀ ୧୨୫ ଅନ୍ୟମାନେ ୪୭ଟି ଆସନରେ ବିଜୟ ଲାଭ କରିପାରନ୍ତି ବୋଲି କୁହାଯାଇଛି ।

Comments are closed.