ଲୋକସଭା ନିର୍ବାଚନ, ରାତି ୮ଟା ସୁଦ୍ଧା ୫୯%ରୁ ଅଧିକ ମତଦାନ

ଡେସ୍କ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ରାତି ୮ଟା ସୁଦ୍ଧା ୫୯%ରୁ ଅଧିକ ମତଦାନ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଛି। ଏଥିରେ ଉତ୍ତରପ୍ରଦେଶ ଓ ପଞ୍ଜାବର ୧୩ଟି ଲେଖାଏଁ, ପଶ୍ଚିମବଙ୍ଗର ୯ଟି, ବିହାରର ୮ଟି, ଓଡ଼ିଶାର ୬ଟି, ହିମାଚଳ ପ୍ରଦେଶର ୪ଟି, ଝାଡ଼ଖଣ୍ଡର ୩ଟି ଓ ଚଣ୍ଡିଗଡ଼ର ଗୋଟିଏ ଲୋକସଭା ଆସନ ରହିଛି। ବିହାରରେ ପାଖାପାଖି ୫୦% ମତଦାନ ହୋଇଥିବା ବେଳେ ଚଣ୍ଡିଗଡ଼ରେ ୬୩% ଓ ଝାଡ଼ଖଣ୍ଡରେ ୬୯%ରୁ ଅଧିକ ମତଦାନ ହୋଇଛି। ପଞ୍ଜାବରେ ପାଖାପାଖି ୫୬% ମତଦାନ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୫୬% ଏବଂ ପଶ୍ଚିମବଙ୍ଗରେ ପ୍ରାୟ ୭୦% ମତଦାନ ହୋଇଛି। ଓଡ଼ିଶାରେ ପ୍ରାୟ ୬୪% ମତଦାନ ହୋଇଥିବା ବେଳେ ବାକି ୪୨ଟି ବିଧାନସଭା ଆସନ ପାଇଁ ଏକକାଳୀନ ମତଦାନ ହୋଇଛି।

୭୨ ଟଙ୍କା ଶସ୍ତା ହେଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର

ଲୋକସଭା ନିର୍ବାଚନର ଏହି ସପ୍ତମ ତଥା ଶେଷ ପର୍ଯ୍ୟାୟରେ ମୋଟ ୯୦୪ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତ୍ରୀ ନରେନ୍ଦ୍ର ମୋଦି, ଦଳୀୟ ନେତା ଅନୁରାଗ ଠାକୁର, ରବିଶଙ୍କର ପ୍ରସାଦ ଓ କଙ୍ଗନା ରଣାୱତ, କଂଗ୍ରେସ ନେତା ମନୀଷ ତିୱାରୀ ଓ ବିକ୍ରମାଦିତ୍ୟ ସିଂହ, ଆରଜେଡି ନେତ୍ରୀ ମିସା ଭାରତୀ ଏବଂ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ପ୍ରମୁଖ ଅଛନ୍ତି। ଏହାବ୍ୟତୀତ ହିମାଚଳ ପ୍ରଦେଶର ୬ଟି ଆସନ ଏବଂ ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ଗୋଟିଏ ଲେଖାଏଁ ଆସନ ପାଇଁ ଆଜି ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହୋଇଛି।

ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ପହଁଚିଲେ ଡାକ୍ତରୀ ଟିମ୍‌‌

ଏହି ସପ୍ତମ ପର୍ଯ୍ୟାୟରେ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ପୋଲିଂ ମାରାଥନର ଭବ୍ୟ ସମାପନ ହୋଇଥିଲା । ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ୍ ଗଣତି ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।

ବିଷମକଟକ ବସ୍‌ଷ୍ଟାଣ୍ଡରେ ଅଘଟଣ, ଜଳିଗଲା ୪ଟି ବସ

Comments are closed.