www.samajalive.in
Sunday, December 7, 2025
18.1 C
Bhubaneswar

ଗ୍ରୀଷ୍ମ ତାପ ବୃଦ୍ଧି, ସତର୍କତା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସଚେତନତା

କଲମପୁର: ଗତ ଚାରି ଦିନ ଧରି ଲାଗି ରହିଛି ଗ୍ରୀଷ୍ମ ତାପର ପ୍ରକୋପ। ଦିନକୁ ଦିନ ଗ୍ରୀଷ୍ମ ତାପ ବୃଦ୍ଧି ପାଉଥିବାରୁ ଜନ ସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଶନିବାର ଦିନ ୧୨ଟା ସୁଦ୍ଧା କଲମପୁର ଅଂଚଳରେ ତାପମାତ୍ରା ୪୪ ଡିଗ୍ରୀରେ ପହଂଚି ସାରିଛି। ଦିନକୁ ଦିନ ପାରଦ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଅଂଶୁଘାତ ହେବା ନେଇ ଆଶଙ୍କା ଦେଖା ଦେଇଛି। ସକାଳ ୧୦ଟାରୁ ଲୋକେ ବାହାରକୁ ବାହାରିବା ପାଇଁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଦୋକାନ ବଜାର ଖାଁ ଖାଁ ଲାଗୁଥିବା ବେଳେ ରାସ୍ତା ଘାଟ ନିଛାଟିଆ ହେଇଯାଉଛି। ଗ୍ରାଷ୍ମ ତାପ କଲବଲ କରୁଥିବାରୁ ରାଜ୍ୟ ରିଲିଫ କମିଶନ ଆଗାମୀ ୪୮ ଘଣ୍ଟା ପାଇଁ ଲୋକଙ୍କୁ ସୁରକ୍ଷିତ ଭାବେ ରହିବା ନେଇ ସତର୍କତା ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ଜନ ଜୀବନ ପ୍ରତି ବିପଦ ରହିଥିବାରୁ ଅତି ଆବଶ୍ୟକତା ନଥିଲେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରରୁ ବାହାରକୁ ନବାହାରିବା ପାଇଁ ସତର୍କ କରାଯାଇଛି।

ଦିନ ୩ଟା ସୁଦ୍ଧା ୪୯.୭୭% ମତଦାନ


ଏହାସହ ଏହି ସମୟ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପାଣି, ତୋରାଣୀ, ଘୋଳ ଦହି, ଲେମ୍ଭୁ ସରବତ ଏବଂ ପଇଡପାଣି ସମେତ ଅନ୍ୟ ପାନୀୟ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ଏପରିକି ଏହି ସମୟ ମଧ୍ୟରେ ମାଦକ ଦ୍ରବ୍ୟରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି। ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ନିର୍ଦ୍ଦେଶକ୍ରମେ ଡାକବାଜି ଯନ୍ତ୍ର ଏବଂ ପ୍ରଚାର ପତ୍ର ମାଧ୍ୟମରେ କଲମପୁର ଅଂଚଳରେ ଲୋକଙ୍କୁ ସଚେତନ କରାଯାଇଛି। ଗ୍ରୀଷ୍ମ ତାପ ପ୍ରକୋପ ଏବଂ ଅସହ୍ୟ ଗୁଲୁଗୁଳି ଜାରି ରହିଥିବା ବେଳେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଜନ ଜୀବନକୁ କଲବଲ କରୁଛି।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories