www.samajalive.in
Saturday, December 6, 2025
14.1 C
Bhubaneswar

ଚୁଲି ନିଆଁ ଲାଗି ଜଳି ଗଲା ଘର

କଲମପୁର : ଶୁକ୍ରବାର ମଣ୍ଡଳ କଲୋନୀପଡା ଠାରେ ଘଟିଛି ଏକ ଅଘଟଣ। ଜନୈକ ବ୍ୟକ୍ତିଙ୍କର ଘରେ ରୋଷେଇ କରୁଥିବା ବେଳେ ଚୁଲିର ନିଆଁ ଲାଗି ଯାଇ ଘର ଜଳି ଯିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ମଣ୍ଡଳ କଲୋନୀପଡା ଠାରେ ରହୁଥିବା ବିଜମଲ ନାଏକଙ୍କ ଘରେ ତାଙ୍କ ପରିବାର ଲୋକ ରୋଷେଇ କରୁଥିଲେ। ଏହି ସମୟରେ ଚୁଲି ନିଆଁ ଉପରକୁ ଉଠି ଛାତରେ ଲାଗି ଯାଇଥିଲା। ଘର ନିଆଁ ଲାଗି ଜଳୁଥିବା ଦେଖି ବକ୍ସି ନାଏକ ନାମକ ଜନୈକ ଯୁବକଙ୍କ ସମେତ ସ୍ଥାନୀୟ ଲୋକେ ଦୌଡ଼ି ଆସି ପାଣି ସିଞ୍ଚନ କରି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ। ଏହାସହ ତୁରନ୍ତ କଲମପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଅଧିକାରୀ ପ୍ରେମ ଲାକ୍ରାଙ୍କ ନେତୃତ୍ବରେ ନିର୍ମଳ ତରିଆ, ଡ଼ିସେମ୍ବର ବୁଡେକ, ପବିତ୍ର କୁମାର ବେହେରା ପ୍ରମୁଖ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କଲା ବେଳକୁ ଘରେ ଥିବା ଧାନ, ଚାଉଳ ସମେତ ପରିବାର ଲୋକଙ୍କ ସମସ୍ତ ପୋଷାକ ପୋଡ଼ି ନଷ୍ଟ ହେଇ ସାରିଥିଲା।
ବିଜମଲର ପରିବାର ଅତ୍ୟନ୍ତ ଗରିବ। ବର୍ତମାନ ସ୍ଥିତିରେ ଘର ପୋଡି ଯିବା ଯୋଗୁଁ ତା ପରିବାର ଲୋକ ଅସହାୟ ହେଇ ପଡିଛନ୍ତି। ଆଗକୁ ବର୍ଷା। ବର୍ତମାନ ପରିସ୍ଥିତିରେ ଘର ମରାମତି କରିବା ପାଇଁ ବିଜମଲର ସମ୍ବଳ ନାହିଁ। ତେଣୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ଆପଣ ଖାଉଛନ୍ତି କି ଏମିତି ପିଆଜ ; ଜାଣନ୍ତୁ ହେବ କି କି କ୍ଷତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories