www.samajalive.in
Saturday, December 6, 2025
16.1 C
Bhubaneswar

ହ୍ରାସ ପାଇଲା ସୁଜୁକି ଜିମ୍ନିର ଦାମ୍, ୩ ଲକ୍ଷ ଟଙ୍କା କମିଲା

ନୂଆଦିଲ୍ଲୀ :  ସୁଜୁକି ବ୍ରାଜିଲରେ ନିଜ ୩ ଡୋର ବିଶିଷ୍ଟ ଜିମ୍ନି ସିଏରାର ଦାମ ହ୍ରାସ କରିଛି । ଭେରିଏଣ୍ଟ ଆଧାରରେ ଗ୍ରାହକ ୨୦ ହଜାର ଡଲାର(୩.୧୮ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ବ୍ରାଜିଲରେ ଜିମ୍ନି ସିଏରାର ସମୁଦାୟ ୫ ଭେରିଏଣ୍ଟ ଉପରେ ଅଫର ରହିଛି । ଏହାର ଭିନ୍ନ ଭିନ୍ନ ମଡେଲ ଅନୁସାରେ ଏହି ଅଫର ଭିନ୍ନ ରହିଛି । ଏହା ସହିତ ଆକର୍ଷକ ରିହାତି ଅଫର ମଧ୍ୟ ଆଣିଛି କମ୍ପାନୀ । ଜିମ୍ନି ସିଏରା ୧.୫ ଏଟିର ଦାମ୍ ବ୍ରାଜିଲରେ ୨୫.୪୬ ଲକ୍ଷ ଟଙ୍କା ରଖିଛି କମ୍ପାନୀ । ଏଥିରେ ୨ ଲକ୍ଷ ଟଙ୍କା ହ୍ରାସ ହୋଇଛି । ସେହିଭଳି ଏହାର ଟପ୍ ମଡେଲର ଦାମ୍ ୩ ଲକ୍ଷ ଟଙ୍କା ହ୍ରାସ କରି ୩୨.୯୪ ଲକ୍ଷ ଟଙ୍କା କରିଛି କମ୍ପାନୀ ।

ସୁଜୁକି ଜିମ୍ନି ସିଏରାର ସମସ୍ତ ଭେରିଏଣ୍ଟର ୧.୫ ଲିଟର ଇଞ୍ଜିନ୍ ମିଳିବ । ଏହା ୧୦୮ ଏଚପିର ପାଓ୍ବର ଏବଂ ୧୩୮ ଏନଏମର ଟର୍କ ଜେନେରେଟ୍ କରିଥାଏ । ଟ୍ରାନ୍ସମିଶନ ଅପ୍ସନରେ ୫ ସ୍ପିଡ୍ ମାନୁଆଲ ଏବଂ ୪ ସ୍ପିଡ୍ ଅଟୋମେଟିକ୍ ସାମିଲ । ଏହାର ଟପ୍ ସ୍ପେକ୍ ଭେରିଏଣ୍ଟରେ ଏଲଇଡି ହେଡଲାଇଟ୍ସ, ସ୍ନୋର୍କଲ, ୧୫ ଇଞ୍ଚ ରୋଡାସ ବ୍ଲାକ୍ ବିଡଲିକ୍ ହ୍ବିଲ୍ ଏବଂ ଏମଟିଆର୍ ଟାୟର ରହିଛି । ଗ୍ରାହକ ଏଥିପାଇଁ ୮ ପ୍ରକାର ରଙ୍ଗର ବିକଳ୍ପ ରହିଛି । ଏଥିରେ ଜେବିଏଲ୍ ସାଉଣ୍ଡ ସିଷ୍ଟମ, ଓ୍ବାଇ ଫାଇ, ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ କାର ପ୍ଲେ ସୁବିଧା ରହିଛି ।

- Advertisement -

 

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories