www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରଲର – ହାଇଓ୍ବା ଧକ୍କା, ମଝି ରାସ୍ତାରେ ଦୁଇ ଗାଡ଼ି ଅଚଳ

କଲମପୁର/ ଥୁଆମୁଳ ରାମପୁର : ଭବାନୀପାଟଣା ରାୟଗଡା ଭାୟା ଗୁଣପୁର ରାଜ୍ୟ ରାଜପଥର ସେମେଲପଦର ନିକଟରେ ଘଟିଛି ଏକ ଦୁର୍ଘଟଣା। ଏକ ଟ୍ରଲର ସହ ହାଇଓ୍ଵା ଧକ୍କା ହେଇଛି, ସୌଭାଗ୍ୟ ବସତଃ ଏକ ବଡ଼ ବିପଦରୁ ଚାଳକ ରକ୍ଷା ପାଇ ଯାଇଛନ୍ତି। କିନ୍ତୁ ଟ୍ରଲର ଏବଂ ହାଇଓ୍ବା ମଝି ରାସ୍ତାରେ ଅଚଳ ହେଇପଡିବା ଯୋଗୁଁ ରାସ୍ତା ଅବରୋଧ ହେଇଥିଲା। ଯାହା ଫଳରେ ଦୀର୍ଘ ସମୟ ଧରି ଏହି ରାସ୍ତା ଦେଇ ଗମନାଗମନ ବାଧାପ୍ରାପ୍ତ ହେଇଥିଲା।

ଆପଣ ଖାଉଛନ୍ତି କି ଏମିତି ପିଆଜ ; ଜାଣନ୍ତୁ ହେବ କି କି କ୍ଷତି..

- Advertisement -

ସୂଚନା ଅନୁସାରେ ଶନିବାର ସକାଳେ ଏକ ଟ୍ରଲର ଗୁଣପୁର ପଟରୁ ଭବାନୀପାଟଣା ପଟକୁ ଫେରୁଥିଲା। ସେମେଲପଦର ନିକଟରେ କୌଣସି କାରଣରୁ ଟ୍ରଲର ଚାଳକ ଟ୍ରଲରକୁ ନିୟନ୍ତ୍ରଣ କରିବା ପାଇଁ ବ୍ରେକ ମାରିଥିଲେ। ଏହି ସମୟରେ ଟ୍ରଲର ଇଞ୍ଜିନ କେବିନ୍ ଠାରୁ ଟ୍ରଲର ଡାଲା ଅଲଗା ହେଇଯାଇଥିଲା। ଫଳରେ ଟ୍ରଲର ପଛରେ ଥିବା ହାଇଓ୍ବା ସହ ଧକ୍କା ହେଇଥିଲା। ଉଭୟ ଟ୍ରଲର ଏବଂ ହାଇଓ୍ବା ମଝି ରାସ୍ତାରେ ଅଚଳ ହେଇ ଅଟକି ରହିଥିଲା। ରାସ୍ତା ଅବରୋଧ ହେଇଥିଲା। ଏହି ରାସ୍ତା ଦେଇ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହେଇଥିଲା। ତେଣୁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନ ବାହାନ ଅଟକିଥିଲା। ଏନେଇ କର୍ଲାପାଟ ପୁଲିସ ଥାନାକୁ ସୂଚନା ଦିଆ ଯାଇଥିଲା। ପୁଲିସ ଥାନା ଅଧିକାରୀ ବିଜୟ ରାଜ ମାଝୀଙ୍କ ନେତୃତ୍ଵରେ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରଲର ଏବଂ ହାଇଓ୍ବାକୁ ରାସ୍ତା ପାର୍ଶ୍ଵକୁ ସ୍ଥାନାନ୍ତର କରିଥିଲେ। ଏହାପରେ ଯାନ ବାହାନ ଚଳାଚଳ ସ୍ବାଭାବିକ ହେଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories