www.samajalive.in
Saturday, December 6, 2025
14.1 C
Bhubaneswar

ୱାଶିଂ ମେଶିନ ସହ କରୁଛନ୍ତି କି ଏପରି ଭୁଲ ? ଲାଗିଯାଇପାରେ ନିଆଁ, ରୁହନ୍ତୁ ସାବଧାନ

ସମାଜ ଡିଜିଟାଲ ଡେସ୍କ: ଦେଶର ଅନେକ ରାଜ୍ୟରେ ଭୀଷଣ ଗରମ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ୁଛନ୍ତି। ପ୍ରବଳ ଗରମ କାରଣରୁ ଅନେକ ସ୍ଥାନରେ ୱାଶିଂ ମେଶିନରେ ବି ନିଆଁ ଲାଗିଯାଉଥିବା ଘଟଣା ସାମ୍ନାକୁ ଆସୁଛି। ଏଭଳି ଘଟଣାରୁ ବର୍ତ୍ତିବା ଲାଗି ୱାଶିଂ ମେଶିନ ବ୍ୟବହାର ସମୟରେ କରୁଥିବା କିଛି ଅଭ୍ୟାସକୁ ବଦଳାଇବା ଜରୁରୀ। ନିକଟରେ ଗାଜିଆବାଦର ରାଜନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଲକୋନୀରେ ଥିବା ୱାଶିଂ ମେଶିନରେ ନିଆଁ ଲାଗିଯିବା ଘଟଣା ଦେଖିବାକୁ ମିଳିଥିଲା। ତେବେ କ’ଣ ପାଇଁ ମେଶିନରେ ନିଆଁ ଲାଗିଯାଉଛି ସେ ବିଷୟରେ ଆସନ୍ତୁ ଜାଣିବା।

ରିପୋର୍ଟ ଅନୁସାରେ, ମେଶିନରେ ଲାଗିଥିବା ମୋଟରରେ ତଳର ତୈଳ ପକାଯାଇଥାଏ। ଯଦି ଉଚ୍ଚ ତାପମାତ୍ରା ସଂସ୍ପର୍ଶରେ ମେଶିନ ଆସିଥାଏ, ତେବେ ନିଆଁ ଲାଗିଯିବାର ସମ୍ଭାବନା ଅଧିକ ଥାଏ। ବିଶେଷକରି ଯଦି ୱାଶିଂ ମେଶିନ ବାଲକୋନୀରେ ଥାଏ ଏବଂ ସୁଇଚ୍‌‌ ଅନ୍‌‌ ରହିଥାଏ ତେବେ ସେଥିରେ ନିଆଁ ଲାଗିଯିବାର ବିପଦ ରହିଥାଏ।

- Advertisement -

ୱାଶିଂ ମେଶିନରେ ନିଆଁ ଲାଗିବାର ଅନ୍ୟ କେତେକ କାରଣ ମଧ୍ୟ ରହିଛି। ଯେମିତି କି ଶର୍ଟସର୍କିଟ୍‌‌। ୱାଶିଂ ମେଶିନରେ ଖରା ପଡ଼ିଲେ ତାର ଏବଂ ଅନ୍ୟ ବୈଦ୍ୟୁତିକ ଯନ୍ତ୍ରାଂଶ ଖରାପ ହୋଇଯାଏ ଏବଂ ଶର୍ଟସର୍କିଟ ଯୋଗୁ ସେଥିରେ ନିଆଁ ଲାଗିଯାଇପାରେ।

କରନ୍ତୁ ନାହିଁ ଏସବୁ ତ୍ରୁଟି:

ଖରାଦିନେ ୱାଶିଂ ମେଶିନ ବ୍ୟବହାର ପରେ ପ୍ଲଗ୍‌‌ ଅନ୍‌‌ ରଖନ୍ତୁ ନାହିଁ। ବାଲକୋନୀରେ ୱାଶିଂ ମେଶିନ ରଖନ୍ତୁ ନାହିଁ। ଯଦି ରଖୁଛନ୍ତି ତେବେ ତାହା ଉପରେ ଖରା ନ ପଡ଼ିବା ପାଇଁ ବ୍ୟବସ୍ଥା କରନ୍ତୁ। ସେହିପରି ପୋଷାକ ସଫା କରିବା ସମୟରେ ଧାର୍ଯ୍ୟ କ୍ଷମତାଠାରୁ କମ୍‌‌ ଓଜନର ପୋଷାକ ସଫା କରନ୍ତୁ। ୱାଶିଂ ମେଶିନ ଉପରେ କମ୍‌‌ ଭାର ଦିଅନ୍ତୁ। ମେଶିନରେ ଧୂଳି ଏବଂ ଅନ୍ୟ ଆବର୍ଜନା ଜମା ହେବା ଫଳରେ ନିଆଁ ଲାଗିବାର ଆଶଙ୍କା ରହିଥାଏ। ତେଣୁ ମେଶିନକୁ ନିୟମିତ ରୂପେ ସଫା ରଖିବା ସହିତ ରକ୍ଷଣାବେକ୍ଷଣ ଆବଶ୍ୟକ। ସବୁବେଳେ ଫିଲ୍‌‌ଟର ସଫା ରଖିବା ସହିତ ଡ୍ରମକୁ ପୋଛିବା ଏବଂ ବାହାର ଅଂଶକୁ ସଫାସୁତରା ରଖିବା ଦରକାର। ମେଶିନରେ ଲାଗି ଥିବା ବିଦ୍ୟୁତ ତାରରେ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ତାହାକୁ ବଦଳାଇବା ଜରୁରୀ। ମେଶିନକୁ ଛାଇ ଜାଗାରେ ରଖିବା ଉଚିତ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories