ସ୍କୁଟର ଭିତରେ ନାଗ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ସାପ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ସ୍କୁଟର ଭିତରେ ଗୋଟିଏ ସାପ ପଶିଯାଇଥିବା ନଜର ଆସୁଛି । ଏହାକୁ ଉଦ୍ଧାର କରୁଛନ୍ତି ଜଣେ ଯୁବକ । କିନ୍ତୁ ସାପଟି ନିଜକୁ ସୁରକ୍ଷିତ ରଖିବା ପାଇଁ ସ୍କୁଟର ଭିତରେ ଲୁଚିବାକୁ ଚେଷ୍ଟା କରୁଛି । ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓଟି ମଧ୍ୟ ପ୍ରଦେଶ ଇନ୍ଦୋରର ବୋଲି କୁହାଯାଉଛି । ଏହିଭିଡିଓରେ ସ୍କୁଟର ଫ୍ରଣ୍ଟ ଲାଇଟର ପ୍ୟାନେଲରେ ଏକ ନାଗ ସାପ ଲୁଚିଥିବା ଦେଖିବାକୁ ମିଳୁଛି । ତାକୁ ଉଦ୍ଧାର ପାଇଁ କିଛି ଯୁବକ ଲାଗିପଡିଛନ୍ତି । ଏହି ସମୟରେ ସାପଟି ରାଗି ଯାଇ ଗାଡିକୁ କାମୁଡୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରାଯାଇଛି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ଦେଖିବାକୁ ମିଳୁଛି ।

Comments are closed.