www.samajalive.in
Sunday, December 7, 2025
14.1 C
Bhubaneswar

ବାରମ୍ବାର ହାଇ, ପାଦ ଝିମଝିମ୍ ହେଉଛି କି? ଜାଣନ୍ତୁ ଏହି ସଙ୍କେତ ଦିଏ କେଉଁ ଭିଟାମିନ୍ ଅଭାବର ଲକ୍ଷଣ..

ଅଧିକାଂଶ ସମୟରେ କାର୍ଯ୍ୟାଳୟରେ କାମ କରିବା ସମୟରେ ହେଉ କିମ୍ବା ଘରେ ବାରମ୍ବାର ହାଇ ଆସିବାକୁ ଲାଗିଥାଏ। ଏଥିପାଇଁ ସହକର୍ମୀଙ୍କ ନିକଟରେ ଲଜ୍ଜିତ ମଧ୍ୟ ହେବାକୁ ପଡିଥାଏ। ସେହିପରି ଅନେକ ସମୟରେ ପାଦ, ହାତ ତଥା ଶରୀରର ଅନେକ ସ୍ଥାନରେ ଝିମଝିମ୍ ଅନୁଭୂତ ହୋଇଥାଏ। ଯେପରି ପାଦ ଭୂମିରେ ଲଗାଇ ହେବ ନାହିଁ। ଏଭଳି ଲକ୍ଷଣ ସାଧାରଣ। ପ୍ରାୟତଃ ଅଧିକାଂଶଙ୍କ ନିକଟରେ ଏହି ଲକ୍ଷଣ ଦେଖାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଏଭଳି ଲକ୍ଷଣ ଦେଖାଯିବା କିଛି ଭିଟାମିନ୍ ଅଭାବର ସଙ୍କେତ ଦେଇଥାଏ। ଜାଣନ୍ତୁ..

ବାରମ୍ବାର ହାଇ ଆସିବା- ଯଦି ଆପଣଙ୍କୁ ବାରମ୍ବାର ହାଇ ଆସୁଛି, ତେବେ ଏହା ଶରୀରରେ ଆଇରନ ଅଭାବ ହେବାର ସଙ୍କେତ ଦେଇଥାଏ। ଏଭଳି ହେଉଥିଲେ, ନିଜ ଖାଦ୍ୟରେ ଭିଟାମିନ ସି ଓ ଆଇରନରେ ଭରପୁର ଖାଦ୍ୟ ସାମିଲ କରନ୍ତୁ।

ବୁଧଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ପୂରା ବଦଳିଯିବ ଭାଗ୍ୟ, ମିଳିବ ଧନ,ଚାକିରି, ଖାଲି ମିଳିବ ସଫଳତା..

- Advertisement -

ଅଣ୍ଟାରେ ଯନ୍ତ୍ରଣା – ଆପଣଙ୍କ ଅଣ୍ଟାରେ ଯନ୍ତ୍ରଣା ହେଉଥିଲେ, ଏହି ଯନ୍ତ୍ରଣା ବାରମ୍ବାର ହେବା ସହ ନଇଁବା ସମୟରେ କଷ୍ଟ ଅନୁଭବ ହେଉଥିଲେ, ଶରୀରରେ ଏହା ଭିଟାମିନ ଡି ଅଭାବ ହେବାର ଲକ୍ଷଣ। ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଅଧିକ ଥଣ୍ଡା ଅନୁଭବ ହେବା – ଅଧିକାଂଶ ସମୟରେ ଆପଣଙ୍କୁ ଅଧିକ ଥଣ୍ଡା ଅନୁଭବ ହେଉଥିଲେ, ଏହାର ଶରୀରରେ ଆୟୋଡିନ୍ ଅଭାବ ହେବାର ସଙ୍କେତ ଦେଇଥାଏ।

ମାଂସପେଶୀ ଯନ୍ତ୍ରଣା ହେବା- ଶରୀରରେ ମାଗ୍ନେସିୟମ କମ୍ ହେବା ଦ୍ୱାରା ମାଂସପେଶୀରେ ଦୁର୍ବଳ ଅନୁଭବ ହୋଇଥାଏ। ନିଜ ଖାଦ୍ୟରେ ଭାତ, ଡ୍ରାଏ ଫ୍ରୁଟ୍ସ ଆଦି ସାମିଲ କରନ୍ତୁ।

୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..

ଅନେକ ସମୟରେ ହାତ, ପାଦରେ ଝିମଝିମ୍ ହେବା ଭଳି ଅନୁଭୂତ ହୋଇଥାଏ। କିଛି ସମୟ ପର୍ଯ୍ୟନ୍ତ ଏଭଳି ହୋଇଥାଏ। ଏହା ଶରୀରରେ ଭିଟାମିନ୍ ବି ୧୨ ଅଭାବ ହେବାର ସଙ୍କେତ ଦେଇଥାଏ।

ଏସବୁ ଲକ୍ଷଣ ଲଗାତାର ଦେଖାଗଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories