‘ପଞ୍ଚାୟତ-୩’ର ସଚିବଙ୍କୁ ପ୍ରଶଂସା କଲା ଦିଲ୍ଲୀ ପୁଲିସ, ଲୋକଙ୍କୁ କଲା ସଚେତନ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଆଜିକାଲି ଓ୍ବେବ ସିରିଜ ପଞ୍ଚାୟତ ସିଜନ ୩କୁ ନେଇ ଚର୍ଚ୍ଚା ଚାଲିଛି । ଅନେକ ସମୟ ପ୍ରତୀକ୍ଷା ପରେ ପଞ୍ଚାୟତର ନୂଆ ସିଜନ ଆମାଜନ ପ୍ରାଇମରେ ଷ୍ଟ୍ରିମ ହେଉଛି । ପଞ୍ଚାୟତର ଲୋକପ୍ରିୟତାକୁ ଦେଖି ଏବେ ଦିଲ୍ଲୀ ପୁଲିସ ମଧ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ଏହାକୁ ମାଧ୍ୟମ କରିଛି । ଓ୍ବେବ ସିରିଜର ଏକ ସିନକୁ ପୋଷ୍ଟ କରି ଦିଲ୍ଲୀ ପୁଲିସ ଲୋକଙ୍କୁ ମଦ୍ୟପାନ କରି ଗାଡି ନଚଳାଇବାକୁ ପରାମର୍ଶ ଦେଇଛି । ଦିଲ୍ଲୀ ପୁଲିସର ଏହି ପୋଷ୍ଟ ଭାଇରାଲ ହେଉଛି । ସମସ୍ତେ ଏହାକୁ ପ୍ରଶଂସା କରୁଛନ୍ତି ।

 

View this post on Instagram

 

A post shared by DelhiPolice (@delhi.police_official)

ଦିଲ୍ଲୀ ପୁଲିସ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପଞ୍ଚାୟତ ୩ର ଏକ କ୍ଲିପ୍ ସେୟାର କରିଛି । ସିନରେ ଜଗମୋହନଙ୍କ ଅସୁସ୍ଥ ଜେଜେମାଙ୍କୁ ହସ୍ପିଟାଲ ନେବା ପାଇଁ ସଚିବ ଜୀ, ଉପପ୍ରଧାନଙ୍କ ସହିତ ଜଣେ ଗ୍ରାମବାସୀଙ୍କ ଘର ପହଞ୍ଚୁଛନ୍ତି ଏବଂ ସେହି ଗାଡିକୁ ନେଇଯିବା ପାଇଁ କହୁଛନ୍ତି । ଏହା ପରେ ସେ ପଚାରୁଛନ୍ତି କି ଆପଣ ପିଇଛନ୍ତି କି ? ଏଥିରେ ସେ ହଁ ବୋଲି ଜବାବ ଦେଉଛନ୍ତି । ଏଥିରେ ଉପପ୍ରଧାନ ପ୍ରହଲାଦ କହୁଛନ୍ତି କି ମୁଁ ଚଲାଉଛି । ସଚିବ ଜୀ ପଚାରୁଛନ୍ତି ଆପଣ କେତେ ପିଇଛନ୍ତି ? ସେ କହୁଛନ୍ତି ଯେ ‘ଖମ୍ବା’ । ଏହା ପରେ ସଚିବ ନିଜେ ଗାଡି ଚଲାଉଥିବା ନଜର ଆସୁଛନ୍ତି । ଏହି ସିନକୁ ପୋଷ୍ଟ କରି ଦିଲ୍ଲୀ ପୁଲିସ କ୍ୟାପ୍ସନରେ ଲେଖିଛି କି ସାବାସ୍ ! ସଚିବ ଜୀ… ବହୁତ ଭଲ କରିଛନ୍ତି । ଦିଲ୍ଲୀ ପୁଲିସ ଏହି ଭିଡିଓ ଜରିଆରେ ବାର୍ତ୍ତା ଦେଉଛି କି ‘ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ, କିମ୍ବା କାହାକୁ ଚଳାଇବାକୁ ଦିଅନ୍ତୁ ନାହିଁ । ପରିସ୍ଥିତି ଯେତେ ବି ଗମ୍ଭୀର ହେଉ ।’ ଦିଲ୍ଲୀ ପୁଲିସର ଏହି ପୋଷ୍ଟ ଭାଇରାଲ ହେଉଛି ଏବଂ ଲୋକମାନେ ପୁଲିସର ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି ।

Comments are closed.