www.samajalive.in
Monday, December 15, 2025
27.1 C
Bhubaneswar

ମୋଦୀଙ୍କ ଘୋଷଣା: ୧୦ରେ ଓଡ଼ିଶାରେ ବିଜେପି ସରକାରଙ୍କ ଶପଥ

ରେମୁଣା/ବାଲେଶ୍ବର/ବାରିପଦା/କେନ୍ଦ୍ରାପଡ଼ା : ଓଡ଼ିଶାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୋଫାନୀ ଗସ୍ତରେ ଆସି ବୁଧବାର ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲାରେ ତିନି ତିନିଟି ନିର୍ବାଚନ ସଭା କରି ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି। ଆସନ୍ତା ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାର ହେବ ଓ ଜଣେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦମ୍ଭୋକ୍ତି ବାଢିଛନ୍ତି। ବାଲେଶ୍ବରର ରେମୁଣାସ୍ଥିତ ନରହରି ପଡିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ- ମୁଁ ବାବା ବିଶ୍ୱନାଥଙ୍କ ନଗରି କାଶୀର ସାଂସଦ, ବାଲେଶ୍ୱର ଶିବଙ୍କ ଧାମ ଭାବେ ଜଣାଶୁଣା। ବାଲେଶ୍ୱର ଧାନ, ପାନ ଓ ମୀନର ମାଟି। ବାଲେଶ୍ୱରର ପାନ ମଧ୍ୟ ବନାରସକୁ ଯୋଡ଼ିଥାଏ। ଭଦ୍ରକ ହେଉକି ବାଲେଶ୍ୱର ସବୁଠି ଏବେ ଗୋଟିଏ ସ୍ୱର ଗୁଞ୍ଜରିତ ହେଉଛି, ତାହା ହେଉଛି ମୋଦୀ ଗ୍ୟାରେଂଟି, ଯାହା ସାରା ଦେଶରେ ଏକ ବିଶ୍ୱାସ ସୃଷ୍ଟି କରିଛି। ସେହିପରି ବାଲେଶ୍ୱର ହେଉଛି ମିସାଇଲ (କ୍ଷେପଣାସ୍ତ୍ର) ନଗରୀ, ଆମେ ଏବେ ବ୍ରହ୍ମୋସ କ୍ଷେପଣାସ୍ତ୍ର ରପ୍ତାନୀ କରୁଛୁ। ଆମର ଚନ୍ଦ୍ରଯାନ ସେହି ସ୍ଥାନରେ ପହଁଚିଛି ଯେଉଁଠି ଅନ୍ୟ କେହି ପହଁଚି ପାରିନାହାନ୍ତି। ୧୦ ବର୍ଷ ପୂର୍ବରୁ ଲୋକଙ୍କୁ ଜଣା ଯାଉଥିଲା ଯେ ଦୁର୍ନୀତିକୁ ରୋକାଯାଇ ପାରିବ ନାହିଁ। ଆଜି ମୋଦୀ ଏହା ଉପରେ ପ୍ରହାର କରି ଦେଖାଇଛନ୍ତି। ସେହିପରି ଦେଶରେ ଆତଙ୍କବାଦ ବନ୍ଦ ହୋଇପାରିବ ନାହିଁ ବୋଲି ଧାରଣା ଥିଲା, ଆଜି ସେ ସବୁ ନାହିଁ। କେହି ଜମ୍ମୁ-କାଶ୍ମୀରରେ ଶାନ୍ତି ଆସିବ ବୋଲି ଚିନ୍ତା କରିନଥିଲେ, ଆମେ ୩୭୦ ଧାରାର ପାଚେରୀ ଧ୍ୱସ୍ତ କଲୁ। ସେହିପରି ରାମମନ୍ଦିର ନିର୍ମାଣ ହେବା କେହି କେହି ସ୍ୱପ୍ନ ବୋଲି କହୁଥିଲେ। ଆମେ ଭବ୍ୟ ମନ୍ଦିର ନିର୍ମାଣ କରି ଦେଖାଇଛୁ। ସେଥିପାଇଁ ଆମର ପୂର୍ବଜ ଓ ଆପଣ ଆମକୁ ନିଶ୍ଚୟ ଆଶୀର୍ବାଦ କରିବେ। ତେବେ ଏସବୁ ଏକ ଟ୍ରେଲର, ଆଗକୁ ବିକାଶ ଏବଂ ବିଶ୍ୱାସର ଏକ ନୂଆ ଦିଗନ୍ତ ଦେଖିବାକୁ ମିଳିବ ବୋଲି ବାଲେଶ୍ୱର ସଂସଦୀୟ କ୍ଷେତ୍ରର ରେମୁଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନରହରିପୁରଠାରେ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories