www.samajalive.in
Friday, December 5, 2025
26.1 C
Bhubaneswar

ତେଲଙ୍ଗାନାରେ ଗୁଟ୍‌ଖା, ଟବାକୋ ନିଷିଦ୍ଧ

ହାଇଦ୍ରାବାଦ: ଟବାକୋ ଓ ନିକୋଟିନ୍‌ ଥିବା ପାନ ମସଲା ଏବଂ ଗୁଟ୍‌ଖାର ଉତ୍ପାଦନ ଓ ବିକ୍ରି ଉପରେ ତେଲଙ୍ଗାନା ସରକାର ନିଷେଧାଦେଶ ଜାରି କରିଛନ୍ତି। ଚଳିତ ମାସରୁ ବର୍ଷକ ପାଇଁ ଏହି ନିଷେଧାଦେଶ ଲାଗୁ ରହିବ ବୋଲି ସରକାର କହିଛନ୍ତି। ଗୁଟ୍‌ଖା ଓ ପାନ ମସଲା ଖାଇବା ଦ୍ବାରା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ମୁଖ ଗହ୍ବର କର୍କଟ ଓ ସବ୍‌ମୁକସ୍‌ ଫିବ୍ରୋସିସ୍‌ ଭଳି ଗୁରୁତର ରୋଗ ଏହା ଦ୍ବାରା ସୃଷ୍ଟି ହୋଇଥାଏ। ତେଲଙ୍ଗାନାର ପାନ ଦୋକାନ ମାଲିକ ସଂଘର ସଭାପତି ମହମ୍ମଦ ସଲାହୁଦ୍ଦିନ ଡାଖନି କହିଛନ୍ତି ଯେ, ‘ତେଲଙ୍ଗାନାରେ ପ୍ରାୟ ୧.୫ ଲକ୍ଷ ପାନ ଦୋକାନ ଅଛି। ଆମେ ଗୁଟ୍‌ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ସମର୍ଥନ କରୁଛୁ ଓ ଅନେକ ଦୋକାନ ଏହାର ବିକ୍ରି ବନ୍ଦ କରିସାରିଛନ୍ତି। ଶ୍ରୀ ସଲାହୁଦ୍ଦିନ କହିଛନ୍ତି ଯେ ତାଙ୍କ ସଙ୍ଗଠନ ନିକଟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ନିକଟରେ ଅନୁରୋଧ ପତ୍ର ଦାଖଲ କରିଛନ୍ତି। ରାଜ୍ୟର ଅନେକ ପାନ ଦୋକାନୀ ‘ଏଠାରେ ଗୁଟ୍‌ଖା ବିକ୍ରି ହୁଏ ନାହିଁ’ ବୋଲି ଉଲ୍ଲେଖ କରି ପୋଷ୍ଟର ମଧ୍ୟ ଲଗାଇଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories