www.samajalive.in
Wednesday, December 10, 2025
15.1 C
Bhubaneswar

ହାତୀ ପଲ ଭାଙ୍ଗିଥିବା ସୋଲାର ବୋର ମରାମତି କଲେ ସରପଞ୍ଚ

କଲ୍ୟାଣସିଂହପୁର: ରାୟଗଡାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତ ପାର୍ତ୍ତିବେଡ଼ା ଗ୍ରାମରେ କିଛିଦିନ ତଳେ ହାତୀ ପଲ ସେଠାରେ କଦଳୀ ପଣସ, ଆମ୍ବ ଖାଇବା ପରେ ଶୋଷ ହେବାରୁ ପାଣି ପିଇବା ପାଇଁ ପାଇପକୁ ଝିକି ପିଙ୍ଗି ଦେଇଥିଲେ, ପାଣି ନ ବାହାରିବାରୁ ରାଗି ଯାଇ ସୋଲାର ପ୍ଲେଟ ଗୁଡିକୁ ମଧ୍ୟ ଭାଙ୍ଗି ଚୁର୍ ମାର କରିଦେଇ ଥିଲେ ଯାହା ଫଳରେ ଉକ୍ତ ଗ୍ରାମରେ ଲୋକେ ପିଇବା ପାଣି ପାଇଁ ଡହଳ ବିଳକ ହୋଇ ପଡ଼ିଥିଲେ। ଏହି ସୋଲାର ବୋରଟି ହର୍ଷା ତରଫରୁ ହୋଇଥିବା ବେଳେ ଏହି ଖବରଟି ସ୍ଥାନୀୟ ସରପଞ୍ଚ ସଞ୍ଜୟ ନିସିକାଙ୍କ ନଜରକୁ ଆସିବାରୁ ସେ ଉକ୍ତ ଗ୍ରାମକୁ ପହଞ୍ଚି ବଡ଼ ବଡ଼ କାଠ ଖୋମ୍ବ ଲଗାଇବା ସହ ଲୁହାର କଣ୍ଟା ତାର ସୋଲାର ପ୍ଲେଟ ରହିଥିବା ଚାରି ପାଖରେ ଲଗାଇବା ସହ ସୋଲାର ବୋର ମରାମତି କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ଯାହାକି ବର୍ତ୍ତମାନ ପାର୍ତ୍ତିବେଡ଼ା ଗ୍ରାମ ବାସୀ ମାନେ ପାଣି ପାଇ ବେଶ ଖୁସି ହେବା ସହ ସରପଞ୍ଚଙ୍କୁ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories