www.samajalive.in
Tuesday, December 9, 2025
23.1 C
Bhubaneswar

ଆସନ୍ତା ୨୯ରୁ ରିଚେକିଂ କରିପାରିବେ ଛାତ୍ରଛାତ୍ରୀ

କଟକ: ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍ ହାର ୯୬.୩୯ ପ୍ରତିଶତ ରହିଛି। ଚଳିତବର୍ଷ ମୋଟ୍ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ। ତେବେ ଆସନ୍ତା ୨୯ ତାରିଖରୁ ଛାତ୍ରଛାତ୍ରୀମାନେ ରିଚେକିଂ କରିପାରିବେ। ୨୯ରୁ ଜୁନ୍ ୧୨ ତାରିଖ ଯାଏଁ ରିଚେକିଂ ପାଇଁ ଆବେଦନ କରିହେବ। ହାଇସ୍କୁଲ ଛାତ୍ରଛାତ୍ରୀମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ଏ ନେଇ ବୋର୍ଡ ଉପସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ଖୋର୍ଦ୍ଧାରେ ସର୍ବାଧିକ ପାସ୍ ହାର ୯୭.୯୮ ପ୍ରତିଶତ ରହିଛି। ସେହିପରି କଟକରେ ୯୭.୫୮, ଜଗତସିଂହପୁରରେ ୯୭.୬୦ ପ୍ରତିଶତ, କେନ୍ଦ୍ରାପଡା ୯୫.୭୭, ଯାଜପୁରରେ ୯୫.୯୨ ପ୍ରତିଶତ, ଢେଙ୍କାନାଳ ୯୫.୧୨, ପୁରୀରେ ୯୬.୭୬ , ନୟାଗଡ ୯୬.୨୩, ବାଲେଶ୍ଵର ୯୬.୧, ଭଦ୍ରକରେ ୯୬.୭୩, କେନ୍ଦୁଝରରେ ୯୪.୮ ପ୍ରତିଶତ ପାସ୍ ହାର ରହିଛି। ଚଳିତବର୍ଷ ନୂଆପଡାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍‌ହାର ରହିଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories