ଆଜି ମଧ୍ୟରାତ୍ରିରେ ଅତିକ୍ରମ କରିବ ଭୟଙ୍କର ସାମୁଦ୍ରିକ ଝଡ ‘ରିମାଲ’
ଡେସ୍କ: ଭାରତୀୟ ପାଣିପାଗ ବିଭାଗ – ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ରିମାଲ ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜଠାରୁ ପ୍ରାୟ ୨୭୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପୂର୍ବଦିଗରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଘଣ୍ଟାପ୍ରତି ସର୍ବାଧିକ ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ଆଜି ମଧ୍ୟରାତ୍ରି ସୁଦ୍ଧା ଏହା ଉତ୍ତର ଦିଗକୁ ଗତି କରି ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ବୋଲି ଆଇଏମଡି କହିଛି।
ଏବେ ଏହି ସାମୁଦ୍ରିକ ଝଡ଼ ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜଠାରୁ ପ୍ରାୟ ୨୭୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପୂର୍ବ, ବାଂଲାଦେଶର ଖେପୁପଡ଼ାଠାରୁ ୨୯୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମବଙ୍ଗର କ୍ୟାନିଂଠାରୁ ୩୧୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ ରହିଛି।
Comments are closed.