www.samajalive.in
Saturday, December 6, 2025
17.1 C
Bhubaneswar

ବଢୁଛି ସନ୍ଦେହ – ଜଣେ ଭୋଟର, ଦୁଇ ପ୍ରକାର ଡିଜିଟାଲ ଚିରିକୁଟି

ଡେସ୍କ: ରାଜ୍ୟରେ ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ବହୁ ଲୋକ ଭୋଟ ପରିଚୟ ପତ୍ର ଥାଇ ଭୋଟ କେନ୍ଦ୍ରକୁ ଯାଇ ମଧ୍ୟ ଭୋଟ ଦେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଏମିତି ଏକ ଘଟଣା ଜଣାପଡିଛି ଯାହା ଘଟିଛି ଭୁବନେଶ୍ୱରରେ। ସମ୍ପୃକ୍ତ ଭୋଟର ଜଣଙ୍କ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଏପିକ ଓ ବିଜେପି ଦ୍ୱାରା ଦିଆଯାଇଥିବା ଡିଜିଟାଲ ଚିରିକୁଟି ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଛନ୍ତି।

ମେଡିକାଲରେ ନିଆଁ, ୬ ଶିଶୁ ମୃତ

- Advertisement -

ଦୀପକ କୁମାର ମହାପାତ୍ର ନାମକ ଜଣେ ଭୋଟର ଓ ତାଙ୍କ ଧର୍ମପତ୍ନୀ ପ୍ରଥମେ ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୨ ନମ୍ବର ୱାର୍ଡର ୟୁଜିଏମଇ ସ୍କୁଲର ବୁଥରେ ପହଞ୍ଚିବା ପରେ କିଛି ବିଜେପି ଏଜେଣ୍ଟ ତାଙ୍କ ଭୋଟ ପରିଚୟ ପତ୍ର ଦେଖି ମିନି ଟେଲିପ୍ରିଣ୍ଟର ଦ୍ୱାରା ଏକ ଚିରିକୁଟି ତାଙ୍କୁ ଦେଇଥିଲେ। ସେହି ଡିଜିଟାଲ ଚିରିକୁଟିରେ ଦୀପକଙ୍କ ନାମ, ବାପାଙ୍କ ନାଁ ସହିତ ବୁଥ ନମ୍ବର ଓ କ୍ରମିକ ନମ୍ବର ଦର୍ଶାଯାଇଥିଲା। ବିଜେପି ଦେଇଥିବା ଚିରିକୁଟିରେ ଦର୍ଶାଯାଇଥିବା ବୁଥ ନମ୍ବର ୧୧୫ରେ ପ୍ରାୟ ଦେଢ଼ଘଣ୍ଟା ଲାଇନରେ ରହି ଭୋଟ ଦେବା ପାଈଁ ବୁଥ ଭିତରକୁ ଯାଇ ବୁଥ ଏଜେଣ୍ଟକୁ କ୍ରମିକ ନମ୍ବର ୧୭୨୦ କହିବା ପରେ ସେ ତାଙ୍କ ବହି ଦେଖି ତମ ନାଁ ନାହିଁ କଟିଯାଇଛି ବୋଲି କହିଥିଲେ।

ପରେ ଦୀପକ ଭୋଟର ହେଲ୍ପ ଲାଇନରେ ନିଜର ଭୋଟ ପରିଚୟ ପତ୍ରର ଏପିକ ନମ୍ବର ସର୍ଚ୍ଚ କରିବା ପରେ ବୁଥ ନମ୍ବର ୧୧୪ ଏବଂ କ୍ରମିକ ନମ୍ବର ୧୩୩୮ ଦେଖାଇଥିଲା। କେବଳ ସେତିକି ନୁହେଁ, ସେଥିରେ ତାଙ୍କ ଧର୍ମପତ୍ନୀଙ୍କ ବୁଥ ନମ୍ବର ୧୧୪ ଏବଂ କ୍ରମିକ ନମ୍ବର ୧୩୪୮ ଦର୍ଶାଇଲା। ଉଭୟ ଦୀପକ ଓ ତାଙ୍କ ପତ୍ନୀ ଉଭୟ ବୁଥକୁ ଯାଇ ଭୋଟ ଗ୍ରହଣର ଶେଷ ସମୟରେ ଭୋଟ ଦେଇଥିଲେ।

କେମିତି କଟିବ ଦିନ: ସାପ୍ତାହିକ ରାଶିଫଳ

କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି ବିଜେପି ଡିଜିଟାଲ ଚିରିକୁଟୀ ଏବଂ ଭୋଟର ହେଲ୍ପ ଲାଇନରେ କିପରି ଅଲଗା ଅଲଗା ବୁଥ ଏବଂ କ୍ରମିକ ନମ୍ବର ଦର୍ଶାଉଛି। ସେ କହିଛନ୍ତି, ବିଜେପି ଦଳ କଂଗ୍ରେସ ଲୋକଙ୍କ ଡାଟା ସଂଗ୍ରହ କରି ଭୁଲ ଚିରିକୁଟି ଦେଉଛନ୍ତି।ଯାହାଦ୍ୱାରା କଂଗ୍ରେସ ପ୍ରେମୀ ଶୁଭେଛୁ ଭୋଟ କେନ୍ଦ୍ରକୁ ଯାଇ ଭୋଟ ନ ଦେଇ ଫେରୁଛନ୍ତି। ଏପରି କରିବା ଦ୍ୱାରା କଂଗ୍ରେସର ଭୋଟ ହାର କମୁଛି।

ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories