www.samajalive.in
Sunday, December 7, 2025
14.1 C
Bhubaneswar

୨୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ପର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : କୌଣସି ପକ୍ଷୀର ପର ସୁନାଠୁ ମଧ୍ୟ ଅଧିକ ଦାମ୍ ହୋଇପାରେ ବୋଲି ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି ଆପଣଙ୍କ ଉତ୍ତର ନା, ତେବେ ଆପଣ ଭୁଲ୍ ଭାବୁଛନ୍ତି । ସାମାଜିକ ଗଣମାଧ୍ୟମରେ ଏମିତି ଏକ ପର ଏବେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ପରର ଦାମ୍ ୨୩ ଲକ୍ଷ ଟଙ୍କା । ନିକଟରେ ନ୍ୟୁଜିଲାଣ୍ଡର ବିରଳ ହୁଇୟା ପକ୍ଷୀର ଏକ ପର ୨୮ ହଜାର ଡଲାର(୨୩ ଲକ୍ଷ ଟଙ୍କାରୁ ଅଧିକ)ରେ ନିଲାମ ହୋଇଛି । ହୁଇୟା ପକ୍ଷୀକୁ ବହୁତ ପବିତ୍ର ବୋଲି ସମସ୍ତେ ମାନିଥାନ୍ତି ।

୯ ଗ୍ରାମ ଓଜନର ଏହି ପରର ଦାମ୍ ସୁନାଠୁ ମଧ୍ୟ ଅଧିକ । ଭାରତରେ ୧୦ ଗ୍ରାମ ସୁନା ପ୍ରାୟ ୭୦ ହଜାର ଟଙ୍କା । ଅର୍ଥାତ୍ ଏହି ପରର ଦାମ୍ ପ୍ରାୟ ୩୦୦ ଗ୍ରାମ ସୁନା ସହ ସମାନ । ମାଓରି ଲୋକଙ୍କ ପାଇଁ ପବିତ୍ର ଏହି ହୁଇୟା ପକ୍ଷୀ ଅନେକ ଦଶକ ତଳୁ ବିଲୁପ୍ତ ହୋଇଯାଇଛି । ପୂର୍ବରୁ ନ୍ୟୁଜିଲାଣ୍ଡରେ ମାଓରୀ ପ୍ରମୁଖ ଏବଂ ତାଙ୍କ ପରିବାର ଲୋକେ ଏହି ପର ତିଆରି ମୁକୁଟ ପିନ୍ଧୁଥିଲେ । ଏହାକୁ ଉପହାର ଭାବେ ମଧ୍ୟ ପ୍ରଦାନ କରାଯାଉଥିଲା । କୁହାଯାଏ କି ଏହି ପର ପାଖରେ ରହିଲେ ବ୍ୟବସାୟରେ ଲାଭ ହୋଇଥାଏ । ନ୍ୟୁଜିଲାଣ୍ଡର ସଂଗ୍ରହାଳୟ ଅନୁସାରେ ହୁଇୟା ପକ୍ଷୀକୁ ଶେଷ ଥର ପାଇଁ ୧୯୦୭ ମସିହାରେ ଦେଖିବାକୁ ମିଳିଥିଲା ।

- Advertisement -

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories