ମେ’ ୨୫ରେ ରାଜ୍ୟରେ ନିର୍ବାଚନ – ଜାଣନ୍ତୁ କେଉଁଠି ଓ କେତେବେଳେ
ଡେସ୍କ: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖରେ ମତଦାନ ହେବ। ଏଥିରେ ରାଜ୍ୟର ୬ଟି ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୯୪ ଲକ୍ଷ ୪୮ ହଜାର ୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ।
ସଂସଦୀୟ ନିର୍ବାଚନ ମଣ୍ଡଳୀ / ବିଧାନସଭା ନିର୍ବାଚନ ମଣ୍ଡଳୀ ଖଣ୍ଡ | ମତଦାନ ସମୟ |
୩-ସମ୍ବଲପୁର | |
୧୫-କୁଚିଣ୍ଡା (ଏସ୍.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ | ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ |
୧୬-ରେଙ୍ଗାଲି (ଏସ୍.ସି.) ବିଧାନସଭା ନିର୍ବାଚନ ମଣ୍ଡଳୀ | ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ |
୧୭-ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ | ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ |
୧୮-ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ | ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ |
୧୯-ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ | ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ |
୬୨-ଛେଣ୍ଡିପଦା (ଏସ୍.ସି.) ବିଧାନସଭା ନିର୍ବାଚନ ମଣ୍ଡଳୀ | ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ |
୬୩-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ | ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ |
୪-କେନ୍ଦୁଝର (ଏସ୍.ଟି.) | ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ |
୯-ଢେଙ୍କାନାଳ | ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ |
୧୪-କଟକ | ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ |
୧୭-ପୁରୀ | ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ |
୧୮- ଭୁବନେଶ୍ୱର | ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ |
Comments are closed.