www.samajalive.in
Monday, December 8, 2025
13.1 C
Bhubaneswar

ଆଦିବାସୀ ମହିଳାଙ୍କ ନିଆରା ପରମ୍ପରା, ଝିଅ ଓ ଝିଆରୀଙ୍କୁ ଦିଅନ୍ତି ଚୁଡ଼ିସିନ୍ଦୁର ଉପହାର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଆଦିବାସୀଙ୍କ ମଧ୍ୟରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳୁଛି। ଝିଅ ଓ ଝିଆରୀ ତଥା ସେମାନଙ୍କ ପରିବାରର ମଙ୍ଗଳ କାମନା କରି ସେମାନଙ୍କୁ ଚୁଡି ଓ ସିନ୍ଦୁର ଉପହାର ଦେବା ପରମ୍ପାରା ଏହି ଅଞ୍ଚଳ​‌ରେ ବ୍ୟାପକ ଭାବେ ଦେଖାଦେଉଛି। ସେରିଗୁମ୍ମା ପଞ୍ଚାୟତର  ଦେଉଳବାଡି ଗ୍ରାମର ଆଦିବାସୀ ମହିଳା ଆଲମତି ମିଣିଆକା ନିଜ ଝିଅ ଶିଙ୍ଗାରି ପଞ୍ଚାୟତର ବଡବ୍ରାହ୍ମଣଗୁଡା ଗ୍ରାମରେ ଥିବା କମଳାମଣିଙ୍କ ନିକଟକୁ ଯାଇ ଚୁଡିସିନ୍ଦୁର ଦେଇଥିଲେ । ଝିଅ  ମାଆଙ୍କୁ ଖାଇବା ଦେବାପରେ ନୂତନ ଶାଢ଼ୀ ଦେଇ ବିଦାକରି ଥିବା ଦେଖିବାକୁ ମିଳିଛି ।
ଏ ସମ୍ପର୍କରେ  ଆଲମତି ମିଣିଆକା କହିଛନ୍ତ ଯେ ପ୍ରାୟ ୧୦ ରୁ୧୫ ଦିନ ହେବ  ଅନ୍ୟ ଦେଶର ଜଣେ ବୁଲା ବେପାରୀ ଗୋଟିଏ ଗାଁକୁ ଯାଇ  ତାଙ୍କ ଦେଶରେ ହୋଇଥିବା ଘଟଣା ବିଷୟରେ ଆଦିବାସୀ ମହିଳାଙ୍କୁ କହିଥିଲେ । ଜଣେ ମହିଳା ଚୁଡି ପିନ୍ଧୁ ଥିବା ବେଳେ ଜଣେ ବିବାହିତ ମହିଳା ଆସି ତୁ ଚୁଡି ପିନ୍ଧୁଛୁ ମତେ କାହିଁକି ଦେଉ ନାହୁଁ ବୋଲି କହି କେଉଁ ଆଡେ ଉଭାନ ହୋଇଯାଇଥିଲା। ସେ ମହିଳା ସକାଳୁ ଦେବୀ ମନ୍ଦିରକୁ ଯାଇ ଚୁଡି ଓ ସିନ୍ଦୁର ବିଭିନ୍ନ ପ୍ରକାର ଜିନିଷ ନେଇ ପୂଜା କରିଥିଲେ। ସେହି ଦିନ ଠାରୁ ଭଗବାନଙ୍କ କୃପା ଲାଭ କରିଥିବା ବିଷୟରେ ଆଦିବାସୀ ମହିଳାମାନଙ୍କୁ କହିଥିବା କହିଥିଲେ ।
ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଆଦିବାସୀମାନେ ସେହି ଦିନ  ଠାରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ଆଦିବାସୀ ମହିଳାମାନେ ବିବାହିତ ଝିଅ ଓ ଝିଆରୀମାନଙ୍କୁ ଯେତେ ଦୂରରେ ରହିଥିଲେ ମଧ୍ୟ ସେମାନଙ୍କୁ ଚୁଡି ସିନ୍ଦୁର କିଣି ଦେଇ ଆସନ୍ତି ।ଝିଅ ଓ ଝିଆରୀ ମାନେ ମାଆ ମାନଙ୍କୁ ଖାଇବା ଦେଇ ନୂତନ ବସ୍ତ୍ର କିଣି ଆଣି ହାତରେ ଦେଇ ବିଦାୟ ଦେଇଥାନ୍ତି।  ଫଳରେ ଏହି ବ୍ଲକର ସମସ୍ତ ଆଦିବାସୀ ମହିଳାମାନେ ଦୋକାନରୁ ବା ବୁଲାବେପାରୀଙ୍କ ଠାରୁ ଚୁଡ଼ି ଓ ସିନ୍ଦୁର କିଣି ଝିଅ ଓ ଝିଆରୀମାନଙ୍କୁ ଦେଇ ଆସୁଛନ୍ତି। ସେମାନଙ୍କୁ ଏହା ଉପହାର ଦେଲେ ସେମାନଙ୍କ ଆୟୁଷ ବଢ଼ିବା ସହ ପରିବାର ମଙ୍ଗଳମୟ ହେବ ବୋଲି ବିଶ୍ବାସ ରଖିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories