www.samajalive.in
Sunday, December 14, 2025
19.1 C
Bhubaneswar

ନୂଆ ନିୟମରେ ଏମିତି ପାଇବେ ଡ୍ରାଇଭିଂ ଲାଇସେନ୍ସ; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଣିକି ଦୌଡ଼ିବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ। ଭିଡ଼ରେ ଲମ୍ବା ଲାଇନ ଲଗାଇ ଦେବାକୁ ପଡ଼ିବନି ଡ୍ରାଇଭିଂ ପରୀକ୍ଷା। ଏହି ପ୍ରକ୍ରିୟା ପୂର୍ବଠାରୁ ଅଧିକ ସରଳ ହେବ। କାରଣ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା ଜୁନ ୧ରୁ ଲାଗୁ କରିବାକୁ ଯାଉଛି ନୂଆ ନିୟମ। ସାଧାରଣ ଲୋକଙ୍କ ପାଇଁ ବର୍ତ୍ତମାନ ରହିଥିବା ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟାର ଜଟିଳତା ହ୍ରାସ କରିବା ସହିତ ଏଥିରେ ହେଉଥିବା ଭ୍ରଷ୍ଟାଚାରକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ତେବେ ନୂଆ ନିୟମ ଲାଗୁ ହେଲା ପରେ ଆପଣ କେମିତି ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ସେହି ପ୍ରକ୍ରିୟା ବିଷୟରେ ଆସନ୍ତୁ ଜାଣିବା…

ନୂଆ ନିୟମ ଆଧାରରେ ଡ୍ରାଇଭିଂ ଲାଇସେନ୍ସ ପାଇବାର ପ୍ରକ୍ରିୟା:

- Advertisement -

– ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟା ପୂର୍ବ ପରି ସମାନ ରହିବ।

– ଏଥିପାଇଁ ପରିବହନ ବିଭାଗ ୱେବସାଇଟ୍‌‌ https://parivahan.gov.inରେ ଲଗ୍‌‌ ଇନ୍‌‌ କରିବାକୁ ହେବ।

– ଆବେଦନକାରୀ ଅନଲାଇନରେ ଆବେଦନପତ୍ର ଜମା କରିପାରିବେ।

– ଏହା ସହିତ ନିକଟସ୍ଥ ଆରଟିଓ କାର୍ଯ୍ୟାଳୟକୁ ଯାଇ ଅଫ୍‌‌ଲାଇନରେ ମଧ୍ୟ ଆଦେବନ କରିପାରିବେ।

– ଆବେଦନକାରୀଙ୍କୁ ନିକଟସ୍ଥ ସେଣ୍ଟରରେ ପରୀକ୍ଷା ଦେବାର ଅପସନ୍‌‌ ରହିବ।

– ବର୍ତ୍ତମାନ ଆବେଦନକାରୀଙ୍କୁ ଆରଟିଓ କାର୍ଯ୍ୟାଳୟକୁ ପରୀକ୍ଷା ଦେବାକୁ ଯିବାକୁ ପଡ଼ୁଛି, ଯେଉଁଥିରୁ ଏବେ ମୁକ୍ତି ମିଳିବ। ନୂଆ ନିୟମ ଅନୁସାରେ ଏବେ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବ। ଆବେଦନକାରୀ ଏହି ସଂସ୍ଥାଗୁଡ଼ିକର ସେଣ୍ଟରକୁ ଯାଇ ଲାଇସେନ୍ସ ହାସଲ କରିପାରିବେ। ଏହି ସଂସ୍ଥା ଡ୍ରାଇଭିଂ ପରୀକ୍ଷା କରାଇ ପ୍ରମାଣ ପତ୍ର ପ୍ରଦାନ କରିବ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories