www.samajalive.in
Sunday, December 7, 2025
26.1 C
Bhubaneswar

ଜ୍ୟୋତିପ୍ରକାଶଙ୍କ ଘର ବାହୁଡ଼ା: କାଲି ଦେଇଥିଲେ ଇସ୍ତଫା, ଆଜି ମିଳିଲା ନୂଆ ପଦ

ଭୁବନେଶ୍ଵର: ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବୁଝାଇସୁଝାଇ ଘରକୁ ଫେରାଇ ଆଣିଛି ବିଜୁ ଜନତା ଦଳ। ବୁଧବାର ଦଳରୁ ଇସ୍ତଫା ଦେଇଥିବା ଜ୍ୟୋତିପ୍ରକାଶ ବିଜେଡିକୁ ବାହୁଡ଼ିବା ସହ ଦଳ ପକ୍ଷରୁ ତାଙ୍କୁ ନୂଆ ଦାୟିତ୍ଵ ଦିଆଯାଇଛି। ତାଙ୍କୁ ବାଲେଶ୍ଵର ଜିଲା ସଭାପତି ପଦ ଦେଇଛି ଦଳ। ଗୁରୁବାର ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଅଶ୍ଵିନୀ କୁମାର ପାତ୍ରଙ୍କୁ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

- Advertisement -

ସୂଚନାଯୋଗ୍ୟ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ। ଚଳିତ ଥର ଟିକେଟ୍‌ ନ ମିଳିବାକୁ ନେଇ ଅସନ୍ତୁଷ୍ଟ ଥିବା ଜ୍ୟୋତିପ୍ରକାଶ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ। ଏହାପରେ ଜ୍ୟୋତିପ୍ରକାଶଙ୍କୁ ନବୀନ ନିବାସରୁ ଡକରା ଆସିଥିବା ଏବଂ ସେଠାରେ ତାଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଥିଲା।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories