ସମ୍ବଲପୁର: ସମ୍ବଲପୁରର ଜମନକିରା ଥାନା ଅନ୍ତର୍ଗତ ବରିଷ୍ଠ ନାଗରିକ ଗଜାଧର ସାହୁ ନାମକ ଜଣେ ୮୦ ବର୍ଷୀୟ ବରିଷ୍ଠ ନାଗରିକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଭିମସାରକୁ ନିଆଯାଇଥିବା ବେଳେ ତାଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ିଥିଲା। ଓ+ ଗ୍ରୁପର ରକ୍ତ ଭଣ୍ଡାରରେ ନ ଥିବାରୁ ପରିବାର ଲୋକେ ହନ୍ତସନ୍ତ ହୋଇଥିଲେ। ଏହା ଜାଣିବା ପରେ ଫାସିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସମୀର ବେହେରା ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ଫଳରେ ଶ୍ରୀ ସାହୁଙ୍କୁ ଜୀବନ ରକ୍ଷା କରାଯାଇ ପାରିଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମହତ କାର୍ଯ୍ୟକୁ ଡାକ୍ତରଖାନା କତ୍ତୃପକ୍ଷଙ୍କ ସମେତ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି।
Popular Categories



