ଇରାନ୍ ଦୂତାବାସ ପରିଦର୍ଶନ କରି ସମବେଦନା ଜଣାଇଲେ ଏସ୍ ଜୟଶଙ୍କର
ଡେସ୍କ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ହୁସେନ ଅମୀର ଅବ୍ଦୋଲାହିଆନଙ୍କ ଦୁଃଖଦ ବିୟୋଗରେ ଭାରତ ପକ୍ଷରୁ ଗଭୀର ସମବେଦନା ଜଣାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀସ୍ଥିତ ଇରାନ୍ ଦୂତାବାସ ପରିଦର୍ଶନ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡ. ଜୟଶଙ୍କର କହିଛନ୍ତି, ଭାରତ-ଇରାନ ସମ୍ପର୍କର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଭାରତର ବନ୍ଧୁ ଭାବରେ ସେମାନେ ସର୍ବଦା ସ୍ମରଣୀୟ ରହିବେ।
ସେ କହିଛନ୍ତି ଯେ ଏହି ଦୁଖଦଃ ସମୟରେ ଭାରତ ସରକାର ଇରାନର ଜନସାଧାରଣଙ୍କ ସହ ଅଛନ୍ତି।
ସାଉଥ ସୁପରଷ୍ଟାର୍ ନାଗା ଚୈତନ୍ୟ କିଣିଲେ ପୋର୍ଶେ କାର୍, ଦାମ୍ ସାଢେ ୩ କୋଟିରୁ ଆରମ୍ଭ
Comments are closed.