www.samajalive.in
Saturday, December 6, 2025
23.1 C
Bhubaneswar

ବିଶ୍ବର ସବୁଠୁ ବଡ ଓଏଲଇଡି ସ୍ମାର୍ଟ ଟିଭି ଲଞ୍ଚ୍ କଲା ଏଲଜି, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଏଲଜି ଭାରତରେ ପ୍ରଥମ ଥର କୃତ୍ରିମ ବୁଦ୍ଧିମତା ବିଶିଷ୍ଟ ଏକ ସ୍ମାର୍ଟ ଟିଭିର ସିରିଜ୍ ଲଞ୍ଚ୍ କରିଦେଇଛି । ଏଥିରେ ବିଶ୍ବର ସବୁଠୁ ବଡ ଓଏଲଇଡି ସ୍ମାର୍ଟ ଟିଭି ଏଲଜି ଓଏଲଇଡି୯୭ଜି୪ ମଧ୍ୟ ସାମିଲ । ଏହା ୯୭ ଇଞ୍ଚର ବିଶାଳ ୪କେ ସ୍ମାର୍ଟ ଟିଭି । ଏହି ଟିଭି ଏଲଜିର ପ୍ରୋସେସର ସହ ଓ୍ବେବଓଏସରେ ଚାଲିଥାଏ । ଆସନ୍ତୁ ଜାଣିବା ଏହାର ଫିଚର୍ସ ସମ୍ପର୍କରେ…

ଏଲଜିର ଏହି ନୂଆ ରେଞ୍ଜରେ ୪୨ ଇଞ୍ଚଠୁ ଆରମ୍ଭ କରି ୯୭ ଇଞ୍ଚ ପର୍ଯ୍ୟନ୍ତ ସ୍ମାର୍ଟ ଟିଭି ସାମିଲ । ଏହି ଟିଭି ୪କେ ରିଜୋଲ୍ୟୁସନ, ଏଚଡିଏମଆଇ ୨.୧ ପୋର୍ଟ, ୧୪୪ ହର୍ଜ ରିଫ୍ରେଶ୍ ରେଟ୍ ଭଳି ଫିଚର୍ସ ସହିତ ଆସୁଛି । ଆପଣ ଏହାକୁ ଗେମିଂ ମନିଟର ରୂପେ ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ଏଲଜି କଲରକୁ ଉତ୍ତମ କରିବା ପାଇଁ କୃତ୍ରିମ ବୁଦ୍ଧିମତା ବ୍ୟବହାର ହୋଇଛି ।

ଧୋକା ଦେଲା ଚୀନ୍‌, ବୁଦ୍ଧି ଶିଖିଲା ମାଳଦ୍ଵୀପ

- Advertisement -

ଏଲଜିର ନୂଆ ଏଆଇ ଟିଭି ରେଞ୍ଜର ଆରମ୍ଭ ୪୩ ଇଞ୍ଚ ବିଶିଷ୍ଟ ମଡେଲରୁ ଆରମ୍ଭ ହୋଇଥାଏ ଯାହାର ଦାମ୍ ୬୨,୯୯୦ ଟଙ୍କା । ସେହିଭଳି ୬୫ ଇଞ୍ଚ ବିଶିଷ୍ଟ ମଡେଲର ଦାମ୍ ୧,୮୯,୯୯୦ ଟଙ୍କା । ୪୨ ଇଞ୍ଚ ବିଶିଷ୍ଟ ଓଏଲଇଡି ମଡେଲର ଦାମ୍ ୧,୧୯,୯୯୦ ଟଙ୍କା ଏବଂ ୫୫ ଇଞ୍ଚ ବିଶିଷ୍ଟ ଏଲଜି ଓଏଲଇଡି ଇଭୋ ଜି୪ ଏଆଇର ଦାମ୍ ୨,୩୯,୯୯୦ ଟଙ୍କା । ଏହା ବ୍ୟତୀତ ଏଲଜିର ଫ୍ଲାଗସିପ୍ ଏଲଜି ଓଏଲଇଡି ୯୭ଜି୪ର ଦାମ୍ ୨୦ ଲକ୍ଷ ୪୯ ହଜାର ୯୯୦ ଟଙ୍କା ରଖିଛି କମ୍ପାନୀ ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories