www.samajalive.in
Sunday, December 14, 2025
17.1 C
Bhubaneswar

ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜେଡି ଆଚରଣ ବିଧି ଉଲ୍ଲଂଘନ କରୁଛି: ବିଜେପି

ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଜିଲା ବିଜେପି ପକ୍ଷରୁ ଜିଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସୁନୀଲ ଅକ୍ଷୟ ଅଗ୍ରୱାଲଙ୍କ ନିକଟରେ ଅଭିଯୋଗ କରିଛି। ବିଜେପି ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ, ଦେବଗଡ଼, କୁଚିଣ୍ଡା ଓ ରେଢ଼ାଖୋଲ ବିଧାନସଭା ଅଞ୍ଚଳରେ ଖୋଲାଖୋଲି ଭାବରେ ଆଚରଣ ବିଧି ବାରମ୍ବାର ଉଲ୍ଲଂଘନ କରାଯାଉଛି। ଆଠମଲ୍ଲିକ ଅଞ୍ଚଳରେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ବିଜେଡି ପାଇଁ କାମ କରୁଥିବା ବେଳେ କୁଚିଣ୍ଡା ଓ ଦେବଗଡ଼ ଅଞ୍ଚଳରେ ମଧ୍ୟ କିଛି ଅଧିକାରୀ ଶାସକ ଦଳ ପାଇଁ କାର୍ୟ୍ୟ କରୁଛନ୍ତି। ରେଢ଼ାଖୋଲ ଅଞ୍ଚଳରେ ବିଭିନ୍ନ ମନ୍ଦିରରେ ବିଜେଡି ପକ୍ଷରୁ ଦଳୀୟ ପତାକା ଲଗାଇ ନିୟମକୁ ଖିଲାପ କରାଯାଉଛି। ଏଣୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ପ୍ରତିନିଧି ମଣ୍ଡଳରେ ଦାମୋଦର କର, ପ୍ରତୀକ ମହାପାତ୍ର, ସୌମିକ ବାବୁ, ସୁନୀଲ ନନ୍ଦ, ମିଲନ ମହାରଣା, ସୁଜିତ ମିଶ୍ର, ଅରବିନ୍ଦ ନାୟକ, ମହେଶ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories