www.samajalive.in
Friday, December 12, 2025
15.1 C
Bhubaneswar

ମାଧ୍ୟମିକ ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା

ସମ୍ବଲପୁର : ମାଧ୍ୟମିକ ଶିକ୍ଷା ପରିଷଦର ସମ୍ବଲପୁର ଶାଖା କାର୍ଯ୍ୟାଳୟ ଅଗ୍ନିକାଣ୍ଡ ମାମଲାରେ କଟକ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟାଳୟରୁ ଏକ ସ୍ୱତନ୍ତ୍ର ଦଳ ରବିବାର ସମ୍ବଲପୁର ଆସି ପରିଦର୍ଶନ କରିଛନ୍ତି। ଦିନ ପ୍ରାୟ ସାଢ଼େ ୧୧ ଟାରୁ ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ଏହି ତିନି ଜଣିଆ ସ୍ୱତନ୍ତ୍ର ଦଳ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା କାର୍ଯ୍ୟାଳୟରେ ଯାଞ୍ଚ କରିଥିଲେ। କଟକରୁ ଆସିଥିବା ତିନି ଜଣିଆ ସ୍ୱତନ୍ତ୍ର ଦଳରେ ଦୁଇ ଜଣ ଆସିଷ୍ଟାଣ୍ଟ ସେକ୍ରେଟେରୀ ବଳରାମ ହୋତା, ଅମର ବେହେରା ଏବଂ ଇଂ ପ୍ରିୟରଞ୍ଜନ ବେହେରା ସାମିଲ ରହିଛନ୍ତି। କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ନଷ୍ଟ ହୋଇଥିବା ବିଭିନ୍ନ ସାମଗ୍ରୀ ଗୁଡିକର ତାଲିକା କରାଯାଇଛି। ତେବେ ଏହି ଅଗ୍ନିକାଣ୍ଡ ସମୟରେ ବିଭିନ୍ନ ସେକ୍ସନର ପୁରୁଣା ଓ ଚଳିତ ବର୍ଷର କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ, ରେଜିଷ୍ଟାର, କିଛି ଫର୍ମ ପୋଡି ଯାଇଛି ବୋଲି ଆସିଷ୍ଟାଣ୍ଟ ସେକ୍ରେଟାରୀ ବଳରାମ ହୋତା କହିଛନ୍ତି। ଏହି ସବୁ ଗୁରୁତ୍ୱପୁର୍ଣ୍ଣ ଫାଇଲ ଓ ରେଜିଷ୍ଟାର ପୋଡି ଯାଇଥିବାରୁ କେତେକ ସ୍ଥାନରେ ମାଧ୍ୟମିକ ଶିକ୍ଷା ପରିଷଦକୁ ଅସୁବିଧା ହେବ। ତେବେ ଏହି ଗୁରୁତ୍ୱପୁର୍ଣ୍ଣ ଫାଇଲ ଓ ରେଜଷ୍ଟାର ଗୁଡିକୁ ପୁର୍ନଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରୁ ସୁଚନା ସଂଗ୍ରହ କରିବାକୁ ପଡିବ ଏବଂ ଏଥି ପାଇଁ ପରିଷଦର କର୍ମଚାରୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଆସିଷ୍ଟାଣ୍ଟ ସେକ୍ରେଟେରୀ ବଳରାମ କହିଛନ୍ତି। କିନ୍ତୁ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ସଂକ୍ରାନ୍ତରେ ରହିଥିବା କାଗଜପତ୍ର ବିଶେଷ ପୋଡି ନ ଥିବା ବେଳେ ସମସ୍ତ ଙ୍କର ଡାଟା ସବୁ କମ୍ପ୍ୟୁଟର ସଫ୍ଟୱାରରେ ରହିଥିବାରୁ ଯେଉଁ କାଗଜପତ୍ର ପୋଡି ଯାଇଛି ତାକୁ ପୁଣି ଥରେ ବାହାର କରିବା ପାଇଁ ବିଶେଷ କିଛି ସମସ୍ୟା ହେବ ନାହିଁ। ଏଣୁ ପରୀକ୍ଷା ଦେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆସିଷ୍ଟାଣ୍ଟ ସେକ୍ରେଟାରୀ ବଳରାମ ହୋତା କହିଛନ୍ତି। ହେଲେ ଅଫଲାଇନ ଫର୍ମ ଦାଖଲ କାର୍ଯ୍ୟାଳୟ ଖୋଲିଲେ ଯାଇ ବିଦ୍ୟାଳୟ ଗୁଡିକ ଫର୍ମ ଦାଖଲ କରିପାରିବେ। ଯଦି ଆନ୍ଦୋଳନ ପାଇଁ କାର୍ଯ୍ୟାଳୟ ଖୋଲିବାରେ ବିଳମ୍ବ ହେବ ତାହା ହେଲେ ପରିଷଦ କିଛି ବିକଳ୍ପ ପଦକ୍ଷେପ ନେବ। ତେବେ ହାର୍ଡ କପି ଦାଖଲ ନ ହେଲେ ପରୀକ୍ଷା ଦେବାରେ କୌଣସି ଅସୁବିଧା ହେବ ନାହିଁ କାରଣ ସମସ୍ତ ପରୀକ୍ଷାର୍ଥୀ ମାନଙ୍କର ତଥ୍ୟ କମ୍ପୁଟରରେ ରହିଛି ଏବଂ ସେହି ତଥ୍ୟର ଆଧାରରେ ପରିଷଦ କାର୍ଯ୍ୟ କରିପାରିବ ବୋଲି ଆସିଷ୍ଟାଣ୍ଟ ସେକ୍ରେଟାରୀ ବଳରାମ ହୋତା କହିଛନ୍ତି।

କଟକରୁ ସ୍ୱତନ୍ତ୍ର ଦଳ ପରିଦର୍ଶନ ସର୍ମ୍ପକରେ ସୁଚନା ଦେଇ ସମ୍ବଲପୁର ଶାଖା କାର୍ଯ୍ୟାଳୟ ମୁଖ୍ୟ ସୁର୍ଯ୍ୟମଣି ମାଝୀ କହିଛନ୍ତି ଯେ, ଦଳ କାର୍ଯ୍ୟାଳୟର ଆସବାପତ୍ର ଯଥା ଟେବୁଲ, ଚେୟାର, କାଠ ଆଲମିରା, ପମ୍ପ ସେଟ, ଦୁଇଟି ଗାଡି ଆଦିର ନଷ୍ଟ ହେବାର ତଥ୍ୟ ସଂଗ୍ରହ କରିଛନ୍ତି। ଶାଖା କାର୍ଯ୍ୟାଳୟ କୋଠାର ଭିଡିଓ ଓ ଫଟୋଗ୍ରାଫ ମଧ୍ୟ ନିଆଯାଇଛି। ବିଭିନ୍ନ ସେକ୍ଟସନ ଗୁଡିକୁ ଯାନଚ କରି ପୋଡି ଯାଇଥିବା ଫାଇଲ ଓ ରେଜିଷ୍ଟାର ଗୁଡିକର ତାଲିକା ପ୍ରସ୍ତୁତ କରିଛନ୍ତି। ଆସନ୍ତା ୨୬ ତାରିଖ ଦିନ କଟକ ସ୍ଥିତ ପରିଷଦର ମୁଖ୍ୟାଳୟରେ ଏହି ସ୍ୱତନ୍ତ୍ର ଦଳ ସେମାନଙ୍କର ରିପୋର୍ଟ ଦାଖଲ କରିବେ। ଆଶା କରାଯାଉଛି ଯେ ରିପୋର୍ଟ ଦାଖଲ ର ଦୁଇ ଦିନ ମଧ୍ୟରେ ପରିଷଦ କାର୍ଯ୍ୟାଳୟ ର େଖୋଲିବା ସହିତ ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ଆସିଷ୍ଟାଣ୍ଟ ସେକ୍ରେଟାରୀ ସୁର୍ଯ୍ୟମଣି ମାଝୀ କହିଛନ୍ତି।

- Advertisement -

ସୁଚନାଯୋଗ୍ୟ ଯେ, ସମ୍ବଲପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା କାର୍ଯ୍ୟାଳୟରେ ପଶ୍ଚିମ ଓଡିଶାର ୯ଟି ଜିଲାର ମାଧ୍ୟମିକ ପରୀକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ କରାଯାଇଥାଏ। ଏହା ସହ ପରୀକ୍ଷା ନିୟନ୍ତ୍ରଣ, ସାଟିଫିକେଟ ପ୍ରଦାନ, ନାମଲେଖା, କରେସ୍ପଣ୍ଡେନ୍ସ କୋର୍ସ ଓ ପାଠ୍ୟ ପୁସ୍ତକ ମଧ୍ୟ ବିକ୍ରୀ କରାଯାଇଥାଏ। କିନ୍ତୁ ସୌଭାଗ୍ୟବଶଃତ ୪୦ ଲକ୍ଷ ଟଙ୍କାର ପାଠ୍ୟ ପୁସ୍ତକ ଓ ରେକର୍ଡ ରୁମ ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ସୁଚନା ମିଳିଛି। ତେବେ ହାଇକୋର୍ଟର ସ୍ଥାୟୀ ବେନଚ ପ୍ରତିଷ୍ଠା ଦାବୀ ନେଇ ଆଇନଜିବୀ ଙ୍କ ଆନ୍ଦୋଳନ ଯୋଗୁଁ ଗତ ନଭେମ୍ବର ୧୯ ତାରିଖରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। କିନ୍ତୁ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଶାଖା କାର୍ଯ୍ୟାଳୟ ଡିସେମ୍ବର ୧୯ ତାରିଖ ଦିନ ମାଟ୍ରିକର କର୍ରସପୋଣ୍ଡେନ୍ସ ପରୀକ୍ଷା ଫର୍ମ ପୁରଣର ଶେଷ ଦିବସ ରହିଥିବାରୁ ଖୋଲା ରହିଥିଲା। ଅପରାହ୍ନ ପ୍ରାୟ ୨ଟା ସମୟରେ ୮ ରୁ ୧୦ଜଣ ଦୁର୍ବୃତ୍ତ କାର୍ଯ୍ୟାଳୟ ମଧ୍ୟକୁ ପଶି କାହିଁ କାର୍ଯ୍ୟାଳୟ ଖୋଲା ରହିଛି ବୋଲି ପାଟିତୁଣ୍ଡ କରିଥିଲେ। ଏହା ପରେ ଦୁର୍ବୃତ୍ତ ମାନେ କର୍ମଚାରୀ ଓ ଶିକ୍ଷକ ମାନଙ୍କୁ ଗାଳିଗୁଲଜ କରିବା ସହିତ ମାଡମାରି କାର୍ଯ୍ୟାଳୟ ରୁ ବାହାରକୁ ଚାଲିଯିବାକୁ କହିଥିଲେ ଏବଂ କାର୍ଯ୍ୟାଳୟ ର ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ତୁମେ ମାନେ କାହିଁକି କାର୍ଯ୍ୟାଳୟ ଖୋଲିଛ କହି କାର୍ଯ୍ୟାଳୟର କାଗଜପତ୍ର ଓ କର୍ମଚାରୀ ମାନଙ୍କର ୨ଟି ଗାଡି ମାନଙ୍କରେ ନିଆଁ ଲଗାଇ ଦେଇଥିଲେ। ଘଟଣା ସର୍ମ୍ପକରେ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ପହନଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଅଗ୍ନିଶମ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିବାରେ ସମର୍ଥ ହେଲା ବେଳକୁ ବହୁ ଗୁରୁତ୍ୱପୁର୍ଣ୍ଣ ଫାଇଲ ଓ ରେଜିଷ୍ଟାର ସହିତ ପ୍ରାୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୁଲ୍ୟର ଆସବା ପତ୍ର ପୋଡିଯାଇଥିଲା। ଅଗ୍ନିକାଣ୍ଡ ପରେ ଜିଲାପାଳ ସମର୍ଥ ବର୍ମା ଓ ଏସପି ସଂଜୀବ କୁମାର ଅରୋରା ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଅଗ୍ନିକାଣ୍ଡ ସମ୍ବନ୍ଧରେ ଧନୁପାଲୀ ଥାନାରେ ୪୬୭/୨୦୧୮ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଜିଲାପାଳ ଓ ଏସପି ଙ୍କ କାର୍ଯ୍ୟାଳୟ ତଥା ବାସଭବନ ଠାରୁ ମାତ୍ର ୫୦୦ ମିଟର ମଧ୍ୟ ସ୍ପଷ୍ଟ ଦିବାଲୋକରେ ଏତେ ବଡ କାଣ୍ଡ ଭିଆଇ ଦୁର୍ବୁତ୍ତ ମାନେ ଖସି ଚାଲିଯିବା ଘଟଣାକୁ ନେଇ ପ୍ରଶାସନର କାର୍ଯ୍ୟକ୍ଷମତା ଓ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି ବୋଲି ସହରବାସୀ ଙ୍କ ମଧ୍ୟରେ ଆଲୋଚ୍ୟ ହୋଇଛି। ଏତେ ବଡ କାଣ୍ଡ ଘଟିଯିବାର ୧୦୦ ଘଣ୍ଟାରୁ ଉର୍ଦ୍ଧ ସମୟ ବିତିଯିବା ପରେ ମଧ୍ୟ ପୁଲିସ ହାତରେ କୌଣସି ସୁରାକ ଏ ପର୍ଯ୍ୟନ୍ତ ମିଳିନାହିଁ ବୋଲି ତଦନ୍ତକାରୀ ଅଧିକାରୀ ଭବାନୀ ଉଦଗାତା କହିଛନ୍ତି। କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ୯ ଟି ଜିଲାର ୨୦୮୮ ବିଦ୍ୟାଳୟର ୧ ଲକ୍ଷ ୩୦ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନଙ୍କର ହାର୍ଡ କପି ଦାଖଲ ହୋଇ ପାରୁ ନାହିଁ ଏବଂ ବିଦ୍ୟାଳୟର କର୍ମଚାରୀ ମାନେ ସମ୍ବଲପୁର ଆସି ଫେରିଯାଉଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories