www.samajalive.in
Sunday, December 7, 2025
26.1 C
Bhubaneswar

ନିର୍ବାଚନୀ ଶେଭାଯାତ୍ରାକୁ ନେଇ ଗଣ୍ଡଗୋଳ, ୪ଆହତ

ଧାମରା: ଚାନ୍ଦବାଲି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଲାଗି ବାଇକ୍‌ ଶୋଭାଯାତ୍ରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ୪ ଜଣ ଆହତ ହୋଇଥିବାବେଳେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ସୂଚନା ଅନୁସା​‌ରେ, ଶୁକ୍ରବାର ସକାଳେ ଘଣ୍ଟେଶ୍ଵର ବିଜେପି ଏବଂ ବିଜେଡି ପକ୍ଷରୁ ରାଲି ବାହାରିଥିବା ବେଳେ ଗୋଟିଏ ଦଳର ଯୁବ ଗୋଷ୍ଠୀ ଅନ୍ୟ ଦଳର ବାଇକ୍‌ ଶୋଭାଯାତ୍ରାକୁ ରାସ୍ତା ଛାଡି ନ ଥିଲେ। ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବାକଯୁଦ୍ଧ ହୋଇଥିଲା। ମାତ୍ର ନାମାଙ୍କନ ସମୟ ଗଡ଼ିଯାଉଥିବାରୁ ସମସ୍ତ ବ୍ୟକ୍ତିବିଶେଷ ସେହି ସ୍ଥାନ ଛାଡି ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲେ। ନାମାଙ୍କନ ପତ୍ର ଦାଖଲ ପରେ ୨ ଦଳର ଲୋକେ ନିଜ ନିଜ ଘରକୁ ଫେରିଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କାହିଁକି ଆମକୁ ରାସ୍ତା ଛାଡିଲ ନାହିଁ ବୋଲି ଗୋଟିଏ ଦଳର ଯୁବକମାନେ ଅନ୍ୟ ଦଳର ଯୁବକମାନଙ୍କୁ ପଚାରିଥିଲେ। ଏହାକୁ ନେଇ ପ୍ରଥମେ ବାକଯୁଦ୍ଧ ପରେ ଗଣ୍ଡଗୋଳ ହୋଇଥିଲା। ୨ ଗୋଷ୍ଠୀ ପକ୍ଷରୁ ଏ ନେଇ ଘଣ୍ଟେଶ୍ଵର ଫାଣ୍ଡିରେ ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ କରିଥିବା ବାଂଶଡା ଥାନା ଅଧିକାରୀ ଦେବରାଜ ଜେନାଙ୍କ ନିକଟରୁ ସୂଚନା ମିଳିଛି। ଏହି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories