www.samajalive.in
Sunday, December 7, 2025
18.1 C
Bhubaneswar

କେଉଁ ଗ୍ରହଙ୍କ ପ୍ରଭାବରେ ଜୀବନରେ ହୁଏ କି କି ସମସ୍ୟା: ସୁଖଶାନ୍ତି ଦୂର ସହ ହୁଏ ଧନହାନୀ..

ଜୀବନରେ ସମସ୍ୟା ଲାଗି ରହିଲେ ଅନେକ ସମୟରେ ସାଧାରଣ ଲୋକଙ୍କ ମୁହଁରୁ ମଧ୍ୟ ଶୁଣିଥିବେ ଜାତକରେ ଗ୍ରହଙ୍କ ସ୍ଥିତି ଭଲ ନାହିଁ କିମ୍ବା ଭାଗ୍ୟ ଖରାପ ବୋଲି। ଅର୍ଥାତ ଜାତକରେ ଗ୍ରହଙ୍କ ପ୍ରଭାବ ରହିଛି। ତେବେ ଜାତକରେ କେଉଁ ଗ୍ରହଙ୍କ ପ୍ରଭାବ ଖରାପ ରହିଲେ, ବ୍ୟକ୍ତିଙ୍କ ଜୀବନରେ କି କି ସମସ୍ୟା ଦେଖାଦେଇଥାଏ। ଏଭଳି କିଛି ସଙ୍କେତ ମଧ୍ୟ ଦେଖାଯାଏ, ଯାହା ଦ୍ୱାରା ଜାଣି ହୋଇଥାଏ କେଉଁ ଗ୍ରହଙ୍କ ପ୍ରଭାବ ଜାତକରେ ରହିଛି। ଜାଣନ୍ତୁ କେଉଁ ଗ୍ରହ କି ପ୍ରଭାବ ପକାନ୍ତି..

ନବଗ୍ରହଙ୍କ ମଧ୍ୟରେ ସୂର୍ଯ୍ୟଙ୍କୁ ଗ୍ରହଙ୍କ ରାଜା ବୋଲି କୁହାଯାଏ। ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ସୂର୍ଯ୍ୟଦେବତା ଅସନ୍ତୁଷ ରହିଲେ, ତ୍ୱଚାର ଉଜ୍ଜ୍ୱଳତା ହ୍ରାସ ପାଇଥାଏ। ଅଳ୍ପ କିଛି କାମ କରିବା ପରେ ଆଳସ୍ୟ ଅନୁଭବ ହେବା।

ଅକ୍ଷୟ ତୃତୀୟା : ଜାଣନ୍ତୁ କିଣାକିଣି ଓ ପୂଜା ପାଇଁ ଶୁଭ ମୁହୂର୍ତ୍ତ, ଭୁଲରେ ବି ଏସବୁ ଜିନିଷ କିଣିବେ ନାହିଁ..

- Advertisement -

ଗ୍ରହ ମାନଙ୍କ ମଧ୍ୟରେ ମନର କାରକ ଚନ୍ଦ୍ରମାଙ୍କୁ କୁହାଯାଏ। ଚନ୍ଦ୍ର ଗ୍ରହଙ୍କ ପ୍ରଭାବ ଥିଲେ, ବ୍ୟକ୍ତିଙ୍କୁ ନିରାଶା ଓ ହତାଶା ଅନୁଭବ ହୋଇଥାଏ। ପ୍ରତ୍ୟେକ ସମୟରେ ଭୟ ଅନୁଭବ ହୋଇଥାଏ। ଛୋଟ ଛୋଟ କଥାରେ କାନ୍ଦି ଥାଆନ୍ତି। ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇଥାଏ। ଥଣ୍ଡାକାଶ ସମସ୍ୟା ଲାଗି ରହିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ସମ୍ଭାବନା ରହିଥାଏ।

ମଙ୍ଗଳଙ୍କୁ ଗ୍ରହଙ୍କ ସେନାପତି ବୋଲି କୁହାଯାଏ। ମଙ୍ଗଳ ଅସନ୍ତୁଷ୍ଟ ହେଲେ ବ୍ୟକ୍ତିଙ୍କୁ ଅଧିକ କ୍ରୋଧ ଆସିଥାଏ। ଶରୀରରେ ରକ୍ତ ଅଭାବ ସହ ଉତ୍ସାହ କମିଥାଏ। କଥାରେ ମଧ୍ୟ କ୍ରୋଧ ଆସିଥାଏ।

ଗ୍ରହଙ୍କ ରାଜକୁମାର ବୁଧ ଗ୍ରହ ଅସନ୍ତୁଷ୍ଟ ହେବା ଦ୍ୱାରା ସଠିକ୍ ନିଷ୍ପତ୍ତି ନେବାରେ ସକ୍ଷମ ହୋଇ ପାରିବେ ନାହିଁ। କଥାରେ ସ୍ପଷ୍ଟତା ନଥାଏ। ପରିବାରରେ ସମସ୍ୟା ଦେଖାଦେଇଥାଏ। ତ୍ୱଚାରେ ଶୁଷ୍କତା ସମସ୍ୟା ଦେଖାଦେଇଥାଏ।

ମେ’ ୧୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ହେବେ ମାଲାମାଲ, ବନ୍ଦ ଭାଗ୍ୟର ଖୋଲିବ ତାଲା..

ଦେବତାଙ୍କ ଗୁରୁ ବୃହସ୍ପତି କ୍ରୋଧିତ ହେବା ଦ୍ୱାରା ମାନସମ୍ମାନ ହାନୀ ହୋଇଥାଏ। ଅନ୍ୟ ମାନଙ୍କ ଠାରେ ଭୁଲ୍ ଅଧିକ ଦେଖାଯାଏ। ଶ୍ୱାସ ରୋଗ ଜନିତ ସମସ୍ୟା ଦେଖାଦେଇପାରେ। ବ୍ୟବସାୟରେ ଧନହାନୀ ହୋଇପାରେ। ବିଦ୍ୟାର୍ଥୀଙ୍କ ପାଠପଢାରେ କ୍ଷତି ହୋଇପାରେ।

ଶୁକ୍ର ଅସନ୍ତୁଷ୍ଟ ହେବା ଦ୍ୱାରା କର୍ମର ଫଳ ବିଳମ୍ବରେ ମିଳିଥାଏ। ତ୍ୱଚା ଜନିତ ସମସ୍ୟା ଦେଖା ଦେଇପାରେ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ସୁଖ ପ୍ରାପ୍ତିରେ ବିଳମ୍ବ ହୋଇଥାଏ।

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

ନ୍ୟାୟର ଦେବତା ଶନି ଦେବ ଅସନ୍ତୁଷ୍ଟ ହେବା ଦ୍ୱାରା ଜୀବନରେ ନାନା ସମସ୍ୟା ଦେଖାଦେଇଥାଏ। କର୍ମକ୍ଷେତ୍ର ସଂଘର୍ଷ କରିବା ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଦିଏ। ମାନ ସମ୍ମାନ ହାନୀ ହୋଇଥାଏ।

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories