www.samajalive.in
Sunday, December 14, 2025
17.1 C
Bhubaneswar

ମୋବାଇଲ କଲିଂରେ ଆସୁଛି ନୂଆ ଫିଚର, ଠକେଇରୁ ବର୍ତ୍ତିବେ ଉପଭୋକ୍ତା

ଡେସ୍କ: ମୋବାଇଲ୍‌ କଲିଂରେ ସରକାର ଦିନକୁ ଦିନ ନୂଆ ପରିବର୍ତ୍ତନ ଆଣୁଛନ୍ତି । ଏବେ ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଏକ ନୂତନ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାକୁ ନେଇ ଟ୍ରାଇ ତରଫରୁ ଟେଲିକମ୍‌ କମ୍ପାନୀଗୁଡ଼ିକୁ ଅବଗତ କରାଯାଇଛି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସବୁଠୁ ବେଶୀ ଲାଭବାନ ହେବେ ଉପଭୋକ୍ତା । କାରଣ ମୋବାଇଲ୍‌କୁ କଲ୍‌ ଆସିଲେ ନମ୍ବର ସହିତ କଲ୍‌ କରୁଥିବା ବ୍ୟକ୍ତିଙ୍କ ନାମ ଦେଖାଯିବ । ଏହା ଏକପ୍ରକାର ଟ୍ରୁ କଲର ପରି କାର୍ଯ୍ୟ କରିବ ।

ଏ ସମ୍ପର୍କରେ ଉପଭୋକ୍ତାମାନଙ୍କଠାରୁ ପ୍ରଥମେ ଅନୁମତି ନେବାକୁ ଟ୍ରାଇ ପକ୍ଷରୁ ଟେଲିକମ୍‌ କମ୍ପାନୀଗୁଡ଼ିକୁ କୁହାଯାଇଛି । ଉପଭୋକ୍ତାଙ୍କ ଅନୁମତି ମିଳିବା ପରେ ଏହି ଫିଚର କାର୍ଯ୍ୟକାରୀ ହେବ । ଅଜଣା ନମ୍ବରରୁ କଲ୍‌ ଆସିଲେ ବି ସେଥିରେ କଲ୍‌ କରୁଥିବା ବ୍ୟକ୍ତିଙ୍କ ନାମ ସ୍କ୍ରିନ୍‌ ଉପରେ ଆସିବ । ଏହା ସହାୟତାରେ ସାଇବର ଠକେଇ ହ୍ରାସ ପାଇବ । ଉପଭୋକ୍ତାମାନେ ଆଉ ସ୍କାମ୍‌ର ଶିକାର ହେବେ ନାହିଁ ବୋଲି କୁହାଯାଇଛି ।

- Advertisement -

ଏହି ସୁବିଧାକୁ ଟ୍ରାଇ କଲିଂ ନେମ୍‌ ପ୍ରେଜେଣ୍ଟେସନ(ସିଏନଏପି) ନାଁ ଦେଇଛି। ଏହାକୁ ଲାଗୁ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories