www.samajalive.in
Saturday, December 6, 2025
26.1 C
Bhubaneswar

ଅକ୍ଷୟ ତୃତୀୟା ; ଆଲମିରାରେ ରଖନ୍ତୁ ଏହି ୫ଟି ଜିନିଷ; ହେବେ ମାଲାମାଲ୍ ,ଖାଲି ହେବନି ଆଲମିରା, ପକେଟ୍..

ହିନ୍ଦୁ ପର୍ବପର୍ବାଣିରେ ଅକ୍ଷୟ ତୃତୀୟାକୁ ଖୁବ ପବିତ୍ର ପର୍ବ ବୋଲି କୁହାଯାଏ। ଏହି ଦିନ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହେବା ସହ ଧନ ପ୍ରାପ୍ତି ହୋଇଥାଏ। ସୁନା,ସମ୍ପତ୍ତି, ଯାନ ଆଦି ଏହି ଦିନ କିଣିବା ଅତ୍ୟନ୍ତ ଶୁଭଙ୍କର। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।
ଅକ୍ଷୟ ତୃତୀୟା ୧୦ ମେ ୨୦୨୪ରେ ପାଳନ କରାଯିବ। ଏହା ବ୍ୟତୀତ ଶାସ୍ତ୍ରରେ ଏଭଳି କିଛି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଅକ୍ଷୟ ତୃତୀୟା ଦିନ ଆଲମିରାରେ ରଖିଲେ , ଧନ ଦ୍ୱିଗୁଣା ହୋଇଯାଏ। ବର୍ଷଯାକ ଟଙ୍କାର ଅଭାବ ହୋଇନଥାଏ।

ଶନିବାର ପାଇଁ ୫ଟି ବିଶେଷ ଉପାୟ : ପ୍ରସନ୍ନ ହେବେ ଶନି ଦେବ,ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

ଚାନ୍ଦି ଟଙ୍କା – ଅକ୍ଷୟ ତୃତୀୟାରେ ଚାନ୍ଦି ଟଙ୍କା କିଣିବା ଅତ୍ୟନ୍ତ ଶୁଭଙ୍କର। ଏହାକୁ କିଣି ଘରେ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଏହାପରେ ଚାନ୍ଦିର ଟଙ୍କାକୁ ଲାଲ କପଡାରେ ବାନ୍ଧି ଆଲମିରାରେ ଧନ ରଖିବା ସ୍ଥାନରେ ରଖନ୍ତୁ। ମାନ୍ୟତା ଅନୁଯାୟୀ ଏହା ଦ୍ୱାରା ବର୍ଷଯାକ ଧନର ଅଭାବ ହୋଇନଥାଏ। ଆଲମିରାରେ ସର୍ବଦା ଟଙ୍କା ଓ ସୁନା ଦ୍ୱିଗୁଣିତ ହୋଇଥାଏ।

ଅପରାଜିତା ଗଛର ଚେର – ଅକ୍ଷୟ ତୃତୀୟା ଦିନ ଅପରାଜିତା ଗଛର ଚେରକୁ ଗଙ୍ଗାଜଳରେ ଧୋଇ ଦିଅନ୍ତୁ। ଏଥିରେ କେସର ତିଳକ ଲଗାଇ ଚାନ୍ଦିର ଡବାରେ ରଖନ୍ତୁ। ଏହାକୁ ଧନ ରଖିବା ସ୍ଥାନରେ ରଖନ୍ତୁ। ଏହି ଉପାୟରେ ମାଲାମାଲ ହୋଇ ଯାଆନ୍ତି ବୋଲି ମାନ୍ୟତା ରହିଛି।

୧୦୦ ବର୍ଷ ପରେ ଅକ୍ଷୟ ତୃତୀୟାରେ ବିଶେଷ ଯୋଗ: ସୁନାଭଳି ଚମକିବ ଏସବୁ ରାଶିଙ୍କ ଭାଗ୍ୟ; ଚାକିରିରେ ସଫଳତା ସହ ହେବ ଧନବର୍ଷା..

ଶ୍ରୀଫଳ – ଶ୍ରୀଫଳକୁ ମା’ଲକ୍ଷ୍ମୀ ଓ ଭଗବାନ କୁବେରଙ୍କ ପ୍ରତୀକ ବୋଲି କୁହାଯାଏ। ମାନ୍ୟତା ଅନୁଯାୟୀ, ଆଲମିରା,ଦୋକାନରେ ଶ୍ରୀଫଳ ରଖିବା ଦ୍ୱାରା କଦାପି ଟଙ୍କାର ଅଭାବ ହୋଇନଥାଏ। ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ଅକ୍ଷୟ ତୃତୀୟା ଦିନ ଶ୍ରୀଫଳକୁ ଲାଲ କପଡାରେ ବାନ୍ଧି ଆଲମିରାରେ ରଖନ୍ତୁ।

ହଳଦୀ – ହଳଦୀକୁ ଭଗବାନ ବିଷ୍ଣୁ ଓ ଗ୍ରହ ବୃହସ୍ପତିଙ୍କ ପ୍ରତୀକ ବୋଲି କୁହାଯାଏ। ସେହିପରି କଉଡି ମା’ଲକ୍ଷ୍ମୀଙ୍କ ପ୍ରତୀକ। ତେଣୁ ଧନ ପ୍ରାପ୍ତି ପାଇଁ ଅକ୍ଷୟ ତୃତୀୟା ଦିନ ଏକ ଗୋଟା ହଳଦୀ, ହଳଦିଆ କଉଡି ସହ ହଳଦିଆ କପଡାରେ ବାନ୍ଧି ଆଲମିରାରେ ରଖନ୍ତୁ। ଧନର ଅଭାବ ଦୂର ହେବ।

କୁବେର ଯନ୍ତ୍ର – ଅକ୍ଷୟ ତୃତୀୟାରେ ସୁଖ ସମୃଦ୍ଧି ଓ ସୌଭାଗ୍ୟ ପାଇଁ କୁବେର ଯନ୍ତ୍ରକୁ ବିଧି ବିଧାନରେ ପୂଜା କରି ସ୍ଥାପନ କରନ୍ତୁ। ପୂଜା ପରେ ଏହାକୁ ଆଲମିରାରେ ରଖନ୍ତୁ। ପୂର୍ଣ୍ଣିମା, ଧନତେରସ, ଦୀପାବଳୀରେ ଏହାକୁ ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ୱାରା ଧନର ଅଭାବ ଦୂର ହୋଇଥାଏ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories