www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଚାରରେ କମ୍ପୁଛି ଗାଁ ଦାଣ୍ଡ; ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ

ଗୋପାଳପୁର: ଆଉ ମାତ୍ର କିଛି ଦିନପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ସବୁ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାରରେ ଲାଗିଛନ୍ତି। ଗତ ୨ ଦିନ ହେଲା ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଗାଡି ଗାଁ ଗାଁ ରେ ବୁଲୁଥିବା ଯୋଗୁଁ ଗାଁ ଦାଣ୍ଡ ଦୁଲକୁଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀ ମାନେ ଏବେ ନିଜର ପ୍ରଚାର ଜାରି ରଖିଥିବା ବେଳେ ଆଗାମୀ ଦିନରେ ଷ୍ଟାର ପ୍ରଚାରକ ମାନେ ଭୋଟ ଭିକ୍ଷା ପାଇଁ ସାମିଲ ହେବେ ବୋଲି ସୂଚନା ମିଳିଛି। ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେପି ପକ୍ଷରୁ ବିଭୂତି ଭୂଷଣ ଜେନା, କଂଗ୍ରେସ ପକ୍ଷରୁ ଶ୍ୟାମ ସୁନ୍ଦର ସାହୁ, ଆମ ଆଦମୀ ପାର୍ଟ ପକ୍ଷରୁ ପି ନିଳକଣ୍ଠ ରେଡ୍ଡୀ, ବହୁଜନ ସମାଜ ପାର୍ଟ ପକ୍ଷରୁ ସନ୍ତୋଷ କୁମାର ଦାସଙ୍କ ସହ ମୋଟ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରଚାରରେ ବିଜେଡି ଓ ବିଜେପି ଆଗୁଆ ରହିଥିବା ବେଳେ ଶତାଧିକ କର୍ମୀଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ କଂଗ୍ରେସ ଓ ଅନ୍ୟ ଦଳ ପକ୍ଷରୁ ନିଜର କିଛି ହାତଗଣତି ସମର୍ଥକଙ୍କ ଗହଣରେ ବୁଲି ଭୋଟ ଭିକ୍ଷା କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୬ ତାରିଖରେ ଗଞ୍ଜାମ ଗସ୍ତ କାର୍ୟ୍ୟକ୍ରମ ରହିଥିବା ଦଳ ପକ୍ଷରୁ କୁହାଯାଇଛି। ମୋଦୀ କନିଷି ଠାରେ ପ୍ରସ୍ତୁତ ହେଉଥିବା ହେଲିପେଡ ଠାରେ ଅବତରଣ କରି ରୋଡ ସୋ ରେ ଯିବେ ବୋଲି ସୂଚନା ମିଳିଛି। ଏହା ସହ ଆନ୍ଦ୍ରପ୍ରଦେଶର ଷ୍ଟାର ପବନ କଲ୍ୟାଣ ଆସନ୍ତା ୯ ତାରିଖରେ ବ୍ରହ୍ମପୁରକୁ ପ୍ରଚାର ନିମନ୍ତେ ଆସୁଥିବା ମଧ୍ୟ ଜଣାପଡିଛି। ଅନ୍ୟ ପଟେ ବିଜେଡି ପ୍ରାର୍ଥୀଙ୍କ ଭୋଟ ଭିକ୍ଷା ନିମନ୍ତେ ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୯ ତାରିଖରେ ଭି କେ ପାଣ୍ଡିଆନଙ୍କ ଗୋପାଳପୁର ଗସ୍ତ କାର୍ୟ୍ୟକ୍ରମ ରହିଥିବା ଜଣାପଡିଛି। ଗୁରୁବାର ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପକ୍ଷରୁ ଶଆସନପଦର, ହଳଦିଆପଦର,ବଡ କୁଶସ୍ଥଳୀ,ସାତକୁଟଣୀ ଓ ବ୍ରହ୍ମପୁର ମହାନଗର ନିଗମ ର ଓ୍ବାର୍ଡ ନଂ ୪୦ରେ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନା ବ୍ରହ୍ମପୁର ମହାନଗର ନିଗମରେ ୩୯ ଓ ୪୦ ଓ୍ବାର୍ଡ ରେ ପ୍ରଚାର କରିଥିଲେ। । ସେହିପରି କଂଗ୍ରେସ ପ୍ରାର୍ଥୀ ଶ୍ୟାମ ସୁନ୍ଦର ସାହୁ ଙ୍କ ପକ୍ଷରୁ ମଧ୍ୟ ଅଞ୍ଚଳରେ ପ୍ରଚାର ଜୋର ଧରିଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories