www.samajalive.in
Saturday, December 6, 2025
14.1 C
Bhubaneswar

କେମିତି କଟିବ ଏହି ସପ୍ତାହ? ୪ ରାଶିର ସୁନାଭଳି ଚମକିବ ଭାଗ୍ୟ, ବ୍ୟବସାୟରେ ହେବ ଲାଭ..

ଏପ୍ରିଲ ମାସ ଶେଷ ହେବାକୁ ଗୋଟିଏ ଦିନ ବାକି ରହିଛି। ମେ’ ମାସର ପ୍ରଥମ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ତେବେ ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୫ ପର୍ଯ୍ୟନ୍ତ ଏହି ଗୋଟିଏ ସପ୍ତାହ ଖୁବ୍ ଖାସ୍ ହେବାକୁ ଯାଉଛି। କାରଣ ସପ୍ତାହର ଆରମ୍ଭ ବରୁଥିନୀ ଏକାଦଶୀ ଓ କାଳାଷ୍ଟମୀ ଭଳି ପର୍ବରେ ହେବାକୁ ଯାଉଛି। ଏହି ସପ୍ତାହରେ ମେଷ, ମିଥୁନ, ସିଂହ, ତୁଳାରେ ଧନ ଲାଭର ଯୋଗ ରହିଛି। କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କଠିନ ସମୟ ରହିବ। ଜାଣନ୍ତୁ ଏହି ସପ୍ତାହ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିଭଳି ରହିବ..

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ସପ୍ତାହରେ ଧନ ଲାଭ ହେବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ। ମାତ୍ର ଏହି ସପ୍ତାହରେ ନିବେଶ କରନ୍ତୁ ନାହିଁ। ଅଟକି ଥିବା ସମସ୍ତ କାର୍ଯ୍ୟରେ ଏହି ସପ୍ତାହରେ ସଫଳତା ମିଳିବ।

- Advertisement -

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ଏହି ସପ୍ତାହରେ ଖର୍ଚ୍ଚକୁ ନିୟନ୍ତ୍ରଣ ରଖନ୍ତୁ। କର୍ମକ୍ଷେତ୍ରରେ ସହଯୋଗ ମିଳିବ।

ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସପ୍ତାହ ଶୁଭଙ୍କର। ମାତ୍ର ଭାବିଚିନ୍ତି ଟଙ୍କା ନିବେଶ କରନ୍ତୁ। ମାନ ସମ୍ମାନରେ ବୃଦ୍ଧି ହେବ। ନୂତନ ଚାକିରି ଅନୁସନ୍ଧାନରେ ଥିଲେ, ନୂଆ ଚାକିରି ମିଳିବ।

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

କର୍କଟ – ଏହି ସପ୍ତାହ ମଧ୍ୟମ ଧରଣର ରହିବ। ପେଟ ଜନିତ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରେ ମିଶ୍ରିତ ଫଳ ମିଳିବ। ଚାକିରି କ୍ଷେତ୍ରରେ ନୂଆ ମାର୍ଗ ଖୋଲିବ।

ସିଂହ – ଏହି ସପ୍ତାହ ଆପଣଙ୍କ ପାଇଁ ଶୁଭଙ୍କର। କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତି ହେବ। ପୈତୃକ ସମ୍ପତ୍ତି ସହ ଜଡିତ ବାଦବିବାଦ ସମାପ୍ତ ହେବ। ପରିବାରରେ ସକରାତ୍ମକ ବାତାବରଣ ରହିବ। ଜୀବନସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ଆୟରେ ବୃଦ୍ଧି ହେବ।

କନ୍ୟା – ଏହି ସପ୍ତାହରେ କିଛି ସ୍ୱତନ୍ତ୍ର କ୍ଷେତ୍ରରେ ଲାଭବାନ୍ ହେବେ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ମାନସମ୍ମାନ ବୃଦ୍ଧି ହେବ। ପରିବାର ସହ ଉତ୍ତମ ସମୟ ଅତିବାହିତ କରିବେ।

ତୁଳା – ଏହି ସପ୍ତାହ ଶୁଭଙ୍କର ହେବ। ଟଙ୍କା ନେଣଦେଣରେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ପଦବୀରେ ଉନ୍ନତି ହେବ। ଧାର୍ମିକ କ୍ଷେତ୍ରରେ ରୁଚି ରହିବ।

ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..

ବିଛା – ଆର୍ଥିକ କ୍ଷେତ୍ରରେ ଏହି ସପ୍ତାହରେ ସଫଳତା ମିଳିବ। ଆୟରେ ବୃଦ୍ଧି ହେବ। ପରିବାର ସହ ମିଶି ସମସ୍ତ ସମସ୍ୟାର ସାମ୍ନା କରିବେ। ଅଟକି ଥିବା ଧନ ମିଳିବ।

ଧନୁ – ଏହି ସପ୍ତାହର ଆରମ୍ଭ ଉତ୍ତମ ରହିବ। କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ନିବେଶ ପାଇଁ ଏହି ସପ୍ତାହ ଉତ୍ତମ। ଦୂର ଯାତ୍ରା କରିବାର ଯୋଗ ରହିଛି।

ମକର – ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଲାଭକାରୀ। ପୈତୃକ ସମ୍ପତ୍ତି ପ୍ରାପ୍ତି ହେବ। ବ୍ୟବସାୟରେ ମିଶ୍ରିତ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ – କର୍ମକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ। ସାମାନ୍ୟ ଆଘାତ ଲାଗି ପାରେ। ବିଦ୍ୟାର୍ଥୀ ଲାଭବାନ୍ ହେବେ।

ମୀନ – କର୍ମକ୍ଷେତ୍ରରେ ସଫଳତା ମିଳିପାରେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଭାବିଚିନ୍ତି ନିବେଶ କରନ୍ତୁ। ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories