ଡେସ୍କ: ଏପ୍ରିଲ ୩୦ ତାରିଖ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାହାର ମଣିପୁର ସଂସଦୀୟ କ୍ଷେତ୍ରର ୬ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସଭା ନିର୍ବାଚନ, ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ ତାରିଖରେ ଏହି ୬ଟି ମତଦାନ କେନ୍ଦ୍ରରେ ହୋଇଥିବା ମତଦାନକୁ ନିର୍ବାଚନ ଆୟୋଗ ଅବୈଧ ଘୋଷଣା କରିଛନ୍ତି। ଏଥିରେ ଉଖରୁଲ ଜିଲ୍ଲାରେ ୫ଟି ଓ ସେନାପତି ଜିଲ୍ଲାରେ ଗୋଟିଏ ମତଦାନ କେନ୍ଦ୍ର ରହିଛି।
Popular Categories



