www.samajalive.in
Monday, December 8, 2025
14.1 C
Bhubaneswar

ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ରାହୁଲ ଗାନ୍ଧୀ , ହେମାମାଳିନୀ ଓ ଅରୁଣ ଗୋଭିଲଙ୍କ ପାଇଁ ପଡିବ ଭୋଟ୍

ନୂଆଦିଲ୍ଲୀ: ଦେଶ ଦେଉଛି ଭୋଟ୍। ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୩ଟି ରାଜ୍ୟର ୮୮ ଲୋକସଭା ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି। ତେବେ କର୍ଣ୍ଣାଟକର ୧୪ଟି, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮ , ମହାରାଷ୍ଟ୍ରର ୮ , ମଧ୍ୟପ୍ରଦେଶର ୭, ବିହାରର ୫, ଆସାମର ୫ , ଛତିଶଗଡର ୩, ପଶ୍ଚିମବଙ୍ଗର ୩ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ସକାଳୁ ମତଦାନ ଚାଲିଛି। ଏସବୁ ଭିତରେ ରହିଛି କେରଳ ସମସ୍ତ ୨୦ଟି ଯାକ ସିଟ୍ । ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ। ଏସବୁ ରାଜ୍ୟରେ ପ୍ରାୟ ୧୬ କୋଟି ଭୋଟର, ୧ହଜାର ୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ଲାଗି ୧ଲକ୍ଷ ୬୭ ହଜାର ପୋଲିଂ ବୁଥ୍ ର ବ୍ୟବସ୍ଥା କରାଯାଇଛି। ଆଜି ମତଦାନ ହେଉଥିବା ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମାଓ ଉପଦୃତ ଏବଂ ସମ୍ବେଦନଶୀଳ ଅଞ୍ଚଳ ଗୁଡିକ ଉପରେ ସ୍ଵତନ୍ତ୍ର ଫୋକସ୍ ରଖାଯାଇଛି। ଆଜିର ଭୋଟ୍ ପରେ କେରଳ , ରାଜସ୍ଥାନ, ତ୍ରିପୁରାରେ ନିର୍ବାଚନ ସରିଯିବ । ତେବେ ମେ ୭ ତାରିଖରେ ୯୪ ସିଟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କିଛି ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଶେଷକରି  ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରମୁଖ ଚେହେରା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ରାହୁଲ ଗାନ୍ଧୀ,  କେରଳ ଥିରୁଅନନ୍ତପୁରମରୁ ଶଶି ଥରୁର ଏବଂ ଅଭିନେତାରୁ ରାଜନେତା ପାଲଟିଥିବା ଉତ୍ତରପ୍ରଦେଶ ମିରଟରୁ ଅରୁଣ ଗୋଭିଲ, ମଥୁରାରୁ ହେମା ମାଳିନୀ, ରାଜସ୍ଥାନ କୋଟାରୁ ଓମ୍ ବିର୍ଲା ଏବଂ ଯୋଧପୁରରୁ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରମୁଖଙ୍କ ଭାଗ୍ୟ ପରୀକ୍ଷା ହେବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories