www.samajalive.in
Sunday, December 14, 2025
17.1 C
Bhubaneswar

ଡୋକରୀଚଞ୍ଚରାରେ ଶ୍ରୀରାମ ନବମୀ ମହୋତ୍ସବ ଉଦଯାପିତ

ଭବାନୀପାଟଣା: କଳାହାଣ୍ଡି ନବରଙ୍ଗପୁର ସୀମାନ୍ତରେ ଥିବା ଡୋକରୀଚଞ୍ଚରା ରେ ଗତ ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀରାମ ନବମୀ ମହୋତ୍ସବ ଆୟୋଜନ କରାଯାଇଥିଲା। ତାହା ଆଜି ଉଦଯାପିତ ହେଇଛି। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ରେ ଆୟୋଜିତ ଏହି ମହୋତ୍ସବ ରେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଦୈନିକ ଜିଲ୍ଲା, ରାଜ୍ୟ ତଥା ପଡୋଶୀ ଛତିଶଗଡ଼ ଅଞ୍ଚଳରୁ  ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ପ୍ରଭୁ ଶ୍ରୀ ରାମଙ୍କ ସମେତ ଶିବ , ମାଁ ଡୋକରୀ ଦେବୀ  ଙ୍କ ଦର୍ଶନ କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନରେ ଡୋକରୀ ଦର ଓ ଭୈରବ ଧାର ଦୁଇଟି ବଡ ବଡ ଜଳ ପ୍ରପାତ ଏବଂ ପୁଣ୍ୟ କୁଣ୍ଡରେ ବୁଡ଼ ପକାଇ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ମାନେ ଏହୁ ଭୂଖଣ୍ଡର ନୈସର୍ଗିକ ଶୋଭାରାଜି କୁ ଉପଭୋଗ କରିଥିଲେ। ପ୍ରାଗ ଐତିହାସିକ ଯୁଗର ଗୁଡହାଣ୍ଡି ଶିଲାଲିପି ଗବେଷକ ମାନଙ୍କୁ ଏଠାକୁ ଟାଣି ଆଣିଥିଲା।

ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୫୨ ବର୍ଷ ଧରି ଗୁଡହାଣ୍ଡି ଡୋକରୀଚଞ୍ଚରା ଠାରେ ଶ୍ରୀରାମ ନବମୀ ମହୋତ୍ସବ ପାଳନ ହୋଇ ଆସୁଛି। ଏହି ମହୋତ୍ସବକୁ ଗୁଡହାଣ୍ଡି ଉନ୍ନୟନ ସମିତି ପରିଚାଳନା କରୁଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବା, ରହିବା, ଖାଇବା, ପାନୀୟଜଳ, ପାର୍କିଂ ବ୍ୟବସ୍ଥା ସୁଚାରୁ ରୁପେ କରା ଯାଇଥିଲା। ଜଙ୍ଗଲ ମଧ୍ୟରେ ଶ୍ରୀରାମ ନାମ ଗୁଞ୍ଜରିତ ହୋଇ ନଅ ଦିନ ଯାଏଁ ଭାବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲ। ଶ୍ରୀରାମ ନବମୀ ମହୋତ୍ସବ ଅଵସରରେ ଦୁଇ ଦିନ ଧରି ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଶ୍ରୀରାମ ନବମୀ ମହୋତ୍ସବକୁ ଗୁଡହାଣ୍ଡି ଉନ୍ନୟନ ସମିତି ସହ ସ୍ଥାନୀୟ ଅଞ୍ଚଳର ଶତାଧିକ କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories