www.samajalive.in
Sunday, December 14, 2025
19.1 C
Bhubaneswar

ଟ୍ରକ ପାଇଁ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପିପିଲି-ନିମାପଡା ରାସ୍ତାର ତାରା କଲ୍ୟାଣ ମଣ୍ଡପ ଠାରେ ରାସ୍ତା ମଝିରେ ଏକ ବଡ ଟ୍ରକ ବୁଧବାର ଖରାପ ହୋଇଯିବା ଫଳରେ ସେଠାରେ ସାଢେ ୪ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଗୁରୁତର ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେବା ସହ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସୂଚନା ଅନୁଯାୟୀ ପିପିଲି ଏନ୍‌‌ଏସି ଅନ୍ତର୍ଗତ ପଣ୍ଡାବଜାର ଠାରେ ଥିବା ଏକ ଲୁଣ ଗୋଦାମକୁ ଏକ ୧୪ଚକିଆ ବଡ ଟ୍ରକ୍‌‌ରେ ବାହାର ରାଜ୍ୟରୁ ଲୁଣ ବସ୍ତା ଆସିଥିଲା। ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଉକ୍ତ ଟ୍ରକ୍‌‌ଟି ଗୋଦାମ ଭିତରକୁ ପଛୁଆ ପ୍ରବେଶ କରିବା ସମୟରେ ଯାନ୍ତ୍ରିକ ତୃଟି କାରଣରୁ ଖରାପ ହୋଇଯିବା ସହ ରାସ୍ତା ମଝିରେ ଅଟକି ରହିଥିଲା। ଫଳରେ ସେଠାରେ ଗୁରୁତର ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସେହି ରାସ୍ତା ଦେଇ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

- Advertisement -

ସେହିବାଟ ଦେଇ ଯାଉଥିବା ଚାରିଚକିଆ ଭାରିଯାନ ଗୁଡିକ ଫଛକୁ ଫେରି ସେଲ୍ଫି ପଏଣ୍ଟ ଠାରେ ଜାତୀୟ ରାଜପଥ ଦେଇ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ। ରାସ୍ତା ଉପରୁ ଟ୍ରକ୍‌‌କୁ ହଟାଇବାକୁ ବହୁ ଚେଷ୍ଟା କରି ଚାଳକ ନିରାଶ ହେବା ପରେ ମେକାନିକ୍‌‌ ଆସି ଗାଡିକୁ ଠିକ୍‌‌ କରିବା ପରେ ଅପରାହ୍ନ ସାଢେ ୨ଟାରେ ରାସ୍ତା ମଝିରୁ ଗାଡି ହଟିଥିଲା ଓ ଯାତାୟତ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି। ରାସ୍ତା ଅବରୋଧ କାରଣରୁ ଟ୍ରାଫିକ୍‌‌ ନିୟନ୍ତ୍ରଣ ପାଇଁ ଜଣେ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ମିଳିଛି।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories