www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଧୁକ ଦେଖାଇ ଗହଣା ଦୋକାନରୁ ଲୁଟ

ସୋର : ବନ୍ଧୁକ ଦେଖାଇ ଏକ ଗହଣା ଦୋକାନରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ହାତଗୋଡ ବାନ୍ଧି ଗହଣା ଦୋକାନର ମାଲିକଙ୍କୁ ଧାନ କିଆରିରେ ଫୋପାଡି ଦେଇଥିଲେ। ମାଲିକ ଜଣକ ହେଉଛନ୍ତି ଲକ୍ଷ୍ମୀଧର ସାହୁ। ଦୁର୍ବୃତ୍ତମାନେ ଦୋକାନରୁ ଏକ ଶହ ଗ୍ରାମର ସୁନା ଓ ଦୋକାନ ମାଲିକଙ୍କ ବାଇକ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଦୋକାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଆଧାରରେ ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀଧର ସୋର-ଅନନ୍ତପୁର ରାସ୍ତା କୁଆମଡା ଠାରେ ଏକ ଗହଣା ଦୋକାନ କରିଛନ୍ତି। ସେ ଗୁରୁବାର ବିଳମ୍ବିତ ରାତିରେ ନିଜ ବାଇକ ଯୋଗେ ସୋର ମ୍ୟୁନସିପାଲଟି ଅଡଙ୍ଗ ବଜାର ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ବାଇକ ଅଟକାଇ ଦୁଇଟି ବନ୍ଧୁକ ଦେଖାଇ ତାଙ୍କୁ ଡରାଇ ହାତଗୋଡ ବାନ୍ଧି ଦେଇଥିଲେ। ଲକ୍ଷ୍ମୀଧରଙ୍କ ଠାରୁ ଦୋକାନର ଚାବି ମଧ୍ୟ ଛଡାଇ ନେଇଥିଲେ। ଦୋକାନରୁ ସୁନା ଅଳଙ୍କାର ଓ ଲକ୍ଷ୍ମୀଧରଙ୍କ ବାଇକ ନେଇ ଫେରାର ହୋଇ ଯାଇଥିଲେ। ଲକ୍ଷ୍ମୀଧରଙ୍କ ଚିତ୍କାର ଶୁଣି ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories