କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ଅଭାବନୀୟ ଘଟଣା ଘଟିଛି। ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା। ସୂଚନା ମୂତାବକ ସୋମବାର ମାତ୍ର ୧୦୦ ଟଙ୍କା ପାଇଁ ବାପା ମାନସ ବେହେରା ଏବଂ ତାଙ୍କ ପୁଅ ମଧ୍ୟରେ ବଚସା ହୋଇଥିଲା। ଆଉ ବଚସା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ନିଜ ପୁଅକୁ ହତ୍ୟା କରିବାକୁ ପଛାଇ ନଥିଲା ବାପା। ଉଭୟଙ୍କ ମଧ୍ୟରେ ଝଗଡା ଲାଗିବା ପରେ ପୁଅ ରାତିରେ ଶୋଇଥିବାବେଳେ ଅଭିଯୁକ୍ତ ମାନସ ଏକ କଟୁରୀରେ ହାଣି ଦେଇଥିଲା। ପୁଅର ଚିତ୍କାର ଶୁଣି ଗ୍ରାମବାସୀ ମାନେ ଦୌଡି ଆସି ଅଭିଯୁକ୍ତ ମାନସକୁ କାବୁ କରିଥିଲେ। ଏବଂ ଗୁରୁତର ଅବସ୍ଥାରେ ପୁଅକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଘଟଣାରେ ମାନସକୁ ଗିରଫ କରିବା ସହ ତଦନ୍ତ ଚଳାଇଛି।
Popular Categories



