www.samajalive.in
Friday, December 5, 2025
23.1 C
Bhubaneswar

ଇସ୍ରାଏଲ ସେନା ମୁଖ୍ୟାଳୟ ଉପରେ ହେଜବୁଲ୍ଲାର ରକେଟ୍‌ ମାଡ଼

ଜେରୁଜେଲମ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଘନେଇବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବାବେଳେ ଲେବାନନ୍‌ସ୍ଥିତ ଇରାନର ପ୍ରମୁଖ ସମର୍ଥକ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲର ଏକ ସେନା ମୁଖ୍ୟାଳୟ ଉପରେ ରକେଟ୍‌ ମାଡ଼ କରାଯାଇଛି। ଏହି ରକେଟ୍‌ ମାଡ଼ ପାଇଁ ହେଜବୁଲ୍ଲା ନିଜକୁ ଦାୟୀ ମଧ୍ୟ କରିଛି। ଏହା ପରେ ଇସ୍ରାଏଲ ମଧ୍ୟ ହେଜବୁଲ୍ଲାର ଗୋଟିଏ ଠିକଣା ଉପରେ ରକେଟ୍‌ ମାଡ଼ କରିଛି ।

ସୂଚନା ଅନୁସାରେ, ସାଫେଦ ନିକଟ ଏଇନ୍‌ ଜେତିମର ଉତ୍ତରାଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଇସ୍ରାଏଲ ପକ୍ଷରୁ ପୂର୍ବରୁ ଇରାନ ଉପରେ ଆକ୍ରମଣ କରାଯାଇଥିଲା। ଏହା ପରେ ଇରାନ୍‌ ପକ୍ଷରୁ ଇସ୍ରାଏଲ ଉପରେ ରକେଡ୍‌ ମାଡ଼ କରାଯିବା ସହିତ କଡ଼ା ଚେତାବନୀ ଦିଆଯାଇଥିଲା। ଯଦି ଇରାନ୍‌ର ସ୍ବାର୍ଥ ବିରୋଧରେ ଇସ୍ରାଏଲ ପୁଣି ଏଭଳି ଦୁଃସାହସିକ ପଦକ୍ଷେପ ନେବାକୁ ଚାହେଁ ତେବେ ଏହାର କଡ଼ା ଯବାବ ଦିଆଯିବ ଏବଂ ତାହା ଅନ୍ୟନ୍ତ ଭୟାନକ ହେବ ବୋଲି ଇରାନ ବୈଦେଶିକ ମନ୍ତ୍ରୀ ହୋସେନ୍‌ ଆମିରାବଦୋଲ୍ଲାହିଆନ କହିଥିଲେ। ହୋସେନଙ୍କ ଏହି ମନ୍ତବ୍ୟ ପରେ ଇରାନ୍‌ର ସମର୍ଥକ ହେଜବୁଲ୍ଲା ଇସ୍ରାଏଲ ଉପରେ ଏହି ଆକ୍ରମଣ କରିଛି।

- Advertisement -

ଅନ୍ୟପଟେ ଆକ୍ରମଣରେ କେହି ମୃତାହତ ହୋଇ ନ ଥିବା ଇସ୍ରାଏଲ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ପ୍ରତିଆକ୍ରମଣସ୍ବରୂପ ଇସ୍ରାଏଲ ସେନା ପକ୍ଷରୁ ଦକ୍ଷିଣ ଲେବାନନ୍‌ରେ ଥିବା ହେଜବୁଲ୍ଲାର ୨ଟି କୋଠା ଉପରେ ରକେଟ୍‌ ମାଡ଼ କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଦିନ ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଗାଜା ସହରର ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା, ଯେଉଁଥିରେ ୧୮ ଶିଶୁ ସମେତ ୨୨ ଜଣଙ୍କ ପ୍ରାଣହାନୀ ଘଟିଥିଲା।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories