www.samajalive.in
Wednesday, December 10, 2025
15.1 C
Bhubaneswar

ରୋଜଗାରର ପ୍ରଲୋଭନ ଦେଖାଇ ନାବାଳକ ପୁଅକୁ ଅପହରଣ ଅଭିଯୋଗ

ପାଟଣା : ତୁରୁମୁଙ୍ଗା ଥାନା ରେଙ୍ଗାଳବେଡା ଗାଁରେ ଅଭାବନୀୟ ଘଟଣା ଘଟିଛି।  ଗାଁର ଭରତ ପାତ୍ର ଙ୍କ ୧୭ ବର୍ଷ ର ନାବାଳକ ପୁଅ କୁ ରୋଜଗାର ଦେବାର ପ୍ରଲୋଭନ ଦେଖାଇ  ଭୁବନେଶ୍ୱର ନେଇ ସେଠାରୁ କୁଆଡେ ନେଇଯାଇଥିବା ନେଇ ନାବାଳକ ର ମା ସଞ୍ଜୁକ୍ତା ପାତ୍ର ତୁରୁମୁଙ୍ଗା ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଟାଉନ ଥାନା ଶିରିଶପାଳ ଗାଁର ହେମନ୍ତ ଗିରି ଗତ ଫେବୃଆରୀ ମାସ ରୁ ତାଙ୍କ ପୁଅ କୁ କାମ ଦେବ କହି ଭୁବନେଶ୍ୱର ନେଇଥିଲା । ହେଲେ ଏବେ ପୁଅ ର କୌଣସି ଖୋଜ ଖବର ନମିଳିବା ରୁ ତୁରୁମୁଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ ।  ଅଭିଯୋଗ ପରେ ତୁରୁମୁଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories