www.samajalive.in
Saturday, December 6, 2025
17.1 C
Bhubaneswar

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ

ପୁରୀ: ଆଜି ସକାଳୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି। ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମଙ୍ଗଳ ଆରତୀ ପୂର୍ବରୁ ମହାସ୍ନାନ କରାଯାଇଛି। ଆଜି ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ପ୍ରବେଶ କରିଥି​‌ଲେ। କିନ୍ତୁ ଏହି ସମୟରେ ସେବାୟତ ଘରର ମହିଳା ଜଣକ ଝୁଣ୍ଟି ପଡିଥିଲେ । ଭିତରକାଠ ନିକଟ ଧୁକୁଡି ଦ୍ୱାର ନିକଟରେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତଛିଟା ଲାଗିଥିଲା। ତେଣୁ ମଙ୍ଗଳ ଆଳତୀ ପୂର୍ବରୁ ନୀତି ଅଟକା ଯାଇ ପ୍ରାୟ ଘଣ୍ଟାଏ କାଳ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯାଇଛି। ଏହି ସମୟରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories