www.samajalive.in
Friday, December 5, 2025
23.1 C
Bhubaneswar

ନିର୍ବାଚନରେ ବହୁମତ ମିଳିବା ପରେ ଭାରତକୁ ଆଖି ଦେଖାଇଲେ ମୁଇଜ୍ଜୁ

ନୂଆଦିଲ୍ଲୀ: ସଂସଦୀୟ ନିର୍ବାଚନରେ ମାଳଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନସି)କୁ ବହୁମତ ମିଳିଛି। ଦଳ ମୋଟ ୯୩ ଆସନରୁ ୬୮ ଆସନ ହାତେଇବା​ରେ ସମର୍ଥ ହୋଇଛି। ତେବେ ଏହି ବିଜୟ ପରେ ରାଷ୍ଟ୍ରପତି ମୁଇଜ୍ଜୁ ଭାରତକୁ ଆଖି ଦେଖାଇବା ଆରମ୍ଭ କରିଦେଇଛନ୍ତି। ଚୀନର ବଡ଼ ସମର୍ଥକ ଭାବେ ଜଣାଶୁଣା ମୁଇଜ୍ଜୁ ପୂର୍ବରୁ ଅନେକ ଥର ଭାରତ ବିରୋଧୀ ପଦକ୍ଷେପ ନେଇସାରିଥିବାବେଳେ ଏବେ ନିର୍ବାଚନରେ ଜିତିବା ପରେ ଭାରତକୁ ଇଙ୍ଗିତ କରି ମନ୍ତବ୍ୟ ଦେଇଛନ୍ତି।

ମୁଇଜ୍ଜୁ କହିଛନ୍ତି, ବର୍ତ୍ତମାନର ନିର୍ବାଚନ ଫଳାଫଳ ଦୁନିଆକୁ ଦେଖାଇଦେଇଛି ଯେ ମାଳଦୀପର ଲୋକମାନେ ନିଜ ଭବିଷ୍ୟତ ସ୍ଥିର କରିବାରେ ସ୍ବାଧୀନତା ଚାହୁଁଛନ୍ତି। ସେମାନେ କୌଣସି ବିଦେଶୀ ଦଖଲକୁ ପସନ୍ଦ କରନ୍ତି ନାହିଁ। ଚଳିତ ନିର୍ବାଚନରେ ପିଏନସି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ପିଏନସିର ମେଣ୍ଟ ଦଳ ମାଳଦୀପ ନ୍ୟାଶନାଲ ପାର୍ଟି (ଏମଏନପି) ଗୋଟିଏ ଏବଂ ମାଳଦୀପ ଡେଭେଲପମେଣ୍ଟ ଆଲାଏନ୍ସ (ଏମଡିଏ) ୨ଟି ଆସନରେ ବିଜୟୀ ହୋଇଛନ୍ତି।

- Advertisement -

ବିଜୟ ପରେ ସେ କହିଛନ୍ତି, ମାଳଦୀପ ଏକ ଗୌରବାନ୍ବିତ ଦେଶ, ଯାହାକୁ ନିଜର ସ୍ବତନ୍ତ୍ରତା ଏବଂ ସର୍ବଭୌମତା ପସନ୍ଦ। ମାଳଦୀପର ଲୋକମାନେ ଦେଶର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଇସଲାମ ଏବଂ ଏହାର ସିଦ୍ଧାନ୍ତରେ ବିଶ୍ବାସ କାଏମ ରଖିବାକୁ ଚାହୁଁଛନ୍ତି, ଯାହାର ପ୍ରମାଣ ହେଉଛି ନିର୍ବାଚନର ଫଳାଫଳ।

ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀ ମାସରେ ମୁଇଜ୍ଜୁ ୫ ଦିନିଆ ଚୀନ ଗସ୍ତରେ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଲଗାତାର ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ମାଳଦୀପ ଛୋଟ ଦେଶ ହୋଇଥାଇପାରେ, କିନ୍ତୁ ଏହାକୁ ଭୟଭୀତ କରାଇବାକୁ କାହା ପାଖରେ ଲାଇସେନ୍ସ ନାହିଁ ବୋଲି ସେ କହିଥିଲେ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories