www.samajalive.in
Sunday, December 14, 2025
19.1 C
Bhubaneswar

ପାଣି ଟୋପାଏ ପାଇଁ ଡହଳବିକଳ ମୋଟି ସିଡିଙ୍ଗା ଗ୍ରାମବାସୀ, ଦୂଷିତ ନଦୀଜଳ ଏକମାତ୍ର ଭରସା

ପଟାଙ୍ଗି: କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ ତଳଗଲୁର ପଞ୍ଚାୟତର ମୋଟି ସିଡିଙ୍ଗା ଗ୍ରାମବାସୀଙ୍କ ପାଇଁ ଦୂଷିତ ନଦୀ ଜଳ ହିଁ ଏକମାତ୍ର ସାହାଭରସା ପାଲଟିଛି। ପଞ୍ଚାୟତ ସଦର ମହକୁମାର ୭ କିମି ଦୂରରେ ମିଟି ସିଡିଙ୍ଗା ଗ୍ରାମ ଅବସ୍ଥିତ। ପାନ୍ଦିରି ସିନ୍ତା ଅପରପାର୍ଶ୍ବରେ ପଥର ଶଯ୍ୟା ନଦୀ ପାର ହୋଇ ଏହି ଗ୍ରାମକୁ ଯିବାକୁ ହୋଇଥାଏ। ଗ୍ରାମରେ ପରଜା ଏବଂ ଦୋରା ସମ୍ପ୍ରଦାୟର ଲୋକ ବସବାସ କରୁଥିବାବେଳେ ଦୁଇ ସାହିର ଜନସଂଖ୍ୟା ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ହେବ। ଝରଣା ଜଳରେ ନିର୍ଭର କରୁଥିବା ଗ୍ରାମବାସୀ ଝରଣାଜଳ ଶୁଖି ଯାଇଥିବାରୁ ପାଣି ବିନା ଡହଳବିକଳ ହେଉଛନ୍ତି।

ଅପରପକ୍ଷରେ ଉପାୟଶୂନ୍ୟ ହୋଇ ଦୂଷିତ ନଦୀ ଜଳକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ବିନା ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ସେମାନଙ୍କ ସମାସ୍ୟା ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜିଯାଏଁ ଗ୍ରାମରେ ନଳକୂପ ଗୋଟିଏ ଖୋଳା ଯାଇନାହିଁ କି ସେମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ହୋଇନାହିଁ ବୋଲି ଆପନା ସିମ୍ବୋଇ, ମଣ୍ଡଳ କାଟାୟା, ଏଦା ରେଲି, ସିମ୍ବୋଇ ଏରାୟା, ସିମ୍ବୋଇ ପାଣ୍ଡାୟା, ଗେମେଲ ମାଲେଶ, ଗେମେଲ ଲାଛନା, ଗେମେଲ ଆପନା ଓ ଗେମେଲ ପାଣ୍ଡାନା ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୂଷିତ ପାଣି ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ନଦୀର ଗୋଳିଆ ଦୂଷିତ ପାଣି ଗାଧୋଇବା ପାଇଁ ଅନୁପଯୁକ୍ତ ଥିବାବେଳେ ଜୀବନ ବଞ୍ଚାଇବା ପାଇଁ ଦୂଷିତ ଜଳକୁ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର ଗ୍ରୀଷ୍ମ ଋତୁ ପୂର୍ବରୁ ସମସ୍ତ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣର‌ ବ୍ୟବସ୍ଥା ସ୍ଵତନ୍ତ୍ରତା ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଏହାକୁ ବିଭାଗୀୟ ଅଧିକାରୀ ଫୁ କରିଦେଉଥିବାରୁ ଗ୍ରାମାଞ୍ଚଳ ବାସିନ୍ଦା ଭୀଷଣ ଗ୍ରୀଷ୍ମ ପ୍ରବାହରେ ପାନୀୟ ଜଳ ବିନା ଡହଳବିକଳ ହେଉଥିବା ଅଭିଯୋଗ ହେଉଛି। ଏଠାରେ ଝରଣା ଜଳକୁ ସଂରକ୍ଷିତ ରଖି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨୫ଲକ୍ଷରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ଗତ ଦୁଇ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲି ସୁଧା ଏଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ। ଅନ୍ୟ ପକ୍ଷରେ ଝରଣା ଜଳ ଶୁଖି ଯାଉଥିବାରୁ ଏହି ଯୋଜନାକୁ ପରିବର୍ତ୍ତିତ କରି ବୋରଓ୍ବେଲ ଖନନ ଏବଂ ପମ୍ପ ହାଉସ ନିର୍ମାଣ ପରେ ଗ୍ରାମବାସୀଙ୍କୁ ଜଳ ଯୋଗାଣ ହୋଇ ପାରିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାହ୍ନୁ ଚରଣ ସେଠୀ ପ୍ରକାଶ କରିଛନ୍ତି। ତେବେ ଗ୍ରାମରେ ତୁରନ୍ତ ଏକ ନଳକୂପ ଖୋଳି ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବେ ବୋଲି ଶ୍ରୀ ସେଠୀ କହିଛନ୍ତି। ଗ୍ରୀଷ୍ମପ୍ରବାହରେ ପାନୀୟ ଜଳ ଯନ୍ତ୍ରଣା ଭୋଗୁଥିବା ନିରୀହ ଗ୍ରାମବାସୀଙ୍କୁ ତୁରନ୍ତ ଜଳଯୋଗାଣ ବ୍ୟବସ୍ଥା କରିବା ପାଇଁ ଜିଲା ଜଳଯୋଗାଣ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଜିଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories