www.samajalive.in
Saturday, December 6, 2025
15.1 C
Bhubaneswar

ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରଶିକ୍ଷଣ ଶିବିର

ସମ୍ବଲପୁର: ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିରର ତୃତୀୟ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରବିବାର ଲାଇବ୍ରେରୀର ନିଜସ୍ୱ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ନୀତିଶିକ୍ଷା ପ୍ରସଙ୍ଗରେ ସରକାରୀ ହାଇସ୍କୁଲ ବୁର୍ଲାର ପ୍ରଧାନ ଶିକ୍ଷକ କରନ ଶର୍ମା ଜୀବନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତାର ମୂଲ୍ୟ ଓ ପ୍ରୟୋଗ ଉପରେ ଉଦାହରଣ ସହ ଆଲୋଚନା କରିଥିଲେ। ଦ୍ଵିତୀୟ ଅଧିବେଶନ ବିଜ୍ଞାନ ଓ କାରିଗରୀ କୌଶଳ ପ୍ରସଙ୍ଗକ୍ରମେ କକ୍ଷ ପ୍ରଦୂଷଣ ଉପରେ ଆଲୋଚନା ଆରମ୍ଭ କରି ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ ନିଜ ଘରକୁ କିପରି ପ୍ରଦୂଷଣ ମୁକ୍ତ କରିହେବ ସେ ସମ୍ବନ୍ଧରେ ଆଲୋଚନା କରି ସଫାସୁତୁରା ଆଳରେ ଯଥାସମ୍ଭବ ରାସାୟନିକ ଦ୍ରବ୍ୟ ବ୍ୟବହାରକୁ କମ୍ କରିବାକୁ ଆହ୍ୱାନ ଦେଇ ଏହାର ଭୟାବହତା ଉପରେ ପିଲାଙ୍କୁ ସତର୍କ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିଲାମାନେ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରି ପିଲାଙ୍କୁ ଶୁଣିବା ଅଭ୍ୟାସକୁ ବଜାୟ ରଖି ନିଜ ନିଜ ବିଦ୍ୟାଳୟମାନଙ୍କରେ ନିଜେ ଶିଖଥିବା ପ୍ରସଙ୍ଗକୁ ନିଜ ସାଙ୍ଗମାନଙ୍କ ସହ ବାଣ୍ଟିବାକୁ ଉପଦେଶ ଦେଇ ଗତ ଥର ନିଜ ନିଜ ବିଦ୍ୟାଳୟ ପ୍ରାର୍ଥନା ସଭାମାନଙ୍କରେ ନିଜେ ଆହରଣ କରିଥିବା ଜ୍ଞାନକୁ ବାଣ୍ଟିଥିବା ଛାତ୍ରଛାତ୍ରୀ ଲୋପାମୁଦ୍ରା, ହମେରା, ଦୀପ୍ତିରଞ୍ଜନ, କାହ୍ନ ଓ ସୁରଭିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଲାଇବରୀର ସଭାପତି ପ୍ର. ଆଦିତ୍ୟ ପ୍ରସାଦ ପାଢୀ, ମୁରଲୀଧର, ଅର୍ଜୁନ ରଞ୍ଜନ ପଣ୍ଡା, ଡ ଗିରିଧାରୀ ହୋତା, ଡ଼ ନିରୁପମା ବଡପଣ୍ଡା, ଆଇ ଆଇ ଏଏମ ର ଅଧ୍ୟାପକ ଡ଼. ଭୈରବ ଚନ୍ଦ୍ର ପାତ୍ର ଓ ସିଦ୍ଧାର୍ଥ ଗୌରବଙ୍କ ସମେତ ଗୋଳକ ବିହାରୀ ମିଶ୍ର ଓ ଅନେଜ ବୁଦ୍ଧିଜୀବୀ ଅଭିଭାବକ ଉପସ୍ଥିତ ଥିଲେ। ବିଜୟ କୁମାର ସାହୁ ଓ ସୁନନ୍ଦା ପ୍ରଧାନ ବୈଷୟିକ ସହାୟତା ପ୍ରଦାନ କରିଥିଲେ। ଆଜି ପ୍ରଶିକ୍ଷଣ ଶିବିରରେ ମହାନଗର ନିଗମସ୍ଥ ମୋଟ ୧୪ଟି ହାଇସ୍କୁଲରୁ ୫୬ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories