BJD Bijuli 480×75 Mob

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

BJD Bijuli 480×75 Mob

କଳାପଥର (ବାଙ୍କୀ): ପୂର୍ତ୍ତ ବିଭାଗ ଅଧୀନରେ ଥିବା ବାଘମାରୀ-କଳାପଥର ରାଜ୍ୟ ରାଜପଥ ରାସ୍ତା ଧଳାପଥର ଛକରେ ବଡ଼ ବଡ଼ ଖାଲ ହୋଇଥିବାର ଦେଖିବାକୁ ମିଳୁଛି। ଏହି ରାସ୍ତା ଦେଇ ଦିନ ଓ ରାତ୍ରୀରେ ଯାଉଥିବା ପାଦ ଚଲା ବାଟୋଇ ସମେତ ଦୁଇ ଚକିଆ ସାଇକେଲ ଓ ମୋଟରସାଇକେଲରେ ଯାଉଥିବା ବ୍ୟକ୍ତି ବିଶେଷ ଏହି ଖାଲରେ ପଡି ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ରାସ୍ତାଟି ୨ ଫୁଟ ଉଚ୍ଚତାରେ କଂକ୍ରିଟ ରାସ୍ତା ହୋଇଥିଲେ ହେଁ ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ନିମନ୍ତେ ରାଜ୍ୟ ସରକାର ମେଗା ପାନୀୟ ଜଳ ପ୍ରକଳ୍ପର ଠିକାଦାର ନିଯୁକ୍ତି କରିଛନ୍ତି। ବୈଦେଶ୍ଵର ମହାନଦୀରୁ ବୃହତ ପାଇପ ସହାୟତାରେ ରାସ୍ତା ଖୋଳି ପାଇପ ପକାଉଛି। ପାଟପୁର ଶାସନ ପଂଚାୟତ ଅଂଚଳରେ ମହାନଦୀ ପାଣିକୁ ବିଶୋଧନ କରି ବିଶୁଦ୍ଧ ପାନୀୟ ଜଳ ଲୋକଙ୍କୁ ଯୋଗାଇଦେବାକୁ ସରକାର ପ୍ରାୟ ୨୦୦୦ କୋଟି ଅନୁଦାନ ମଂଜୁର କରିଛନ୍ତି। ପରିତାପର ବିଷୟ ମେଗା ପାନୀୟ ଜଳ ପାଁଇ ମୁଖ୍ୟ ରାସ୍ତା ଢ଼ଳେଇ କାଟି ପାଇପ ପକାଇବା ପରେ ପୁନଃ କଂକ୍ରିଟ ଢ଼ଳେଇ କରିବାର ନିୟମ ରହିଛି। କିନ୍ତୁ ପ୍ରକଳ୍ପ ନିର୍ମାଣ କରୁଥିବା ଠିକାଦାର ସରକାରଙ୍କ ନିୟମକୁ ଫୁ କରି ମରଣ ଯନ୍ତାର ଫାଶ କରିଛି।ସେହିପରି ଗୋଳେଇ ଛକରେ ବହୁ ସ୍ଥାନରେ ରାସ୍ତା ଫାଟି ଆଁ କରିଥିବା ବେଳେ କଳାପଥର ଡାକ୍ତରଖାନା ସମ୍ମୁଖରେ ରାସ୍ତା ଦବି ଯାଇଥିବାର ଦେଖିବାକୁ ମିଳିଛି।

Comments are closed.